Odiapua.com

ନୂଆ ସକାଳ ପକ୍ଷରୁ ଉତ୍କଳ ଦିବସ ପାଳିତ

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଓଡ଼ିଆ ଜାତି ତଥା ଭାଷାକୁ ଆହୁରି ଆଗକୁ ଆଗେଇ ନେଇ ଶୀର୍ଷସ୍ଥାନରେ ପହଞ୍ଚାଇବାକୁ ହେବ ଏବଂ ମାତୃଭାଷାର ସମ୍ମାନ ରଖିବାକୁ ଯାଇ ଏହାକୁ ବିଶ୍ୱସ୍ତରୀୟ ଭାଷାରେ ପରିଣତ କରିବାକୁ ସବୁ ସ୍ତରରେ ଉଦ୍ୟମ ହେବା ଉଚିତ୍ ବୋଲି ଆଜି ନୂଆ ସକାଳ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଅବନ୍ତୀକା କଲେଜ ଓ ଆଇଟିଆଇ ଚରମ୍ପା ପରିସରରେ ଆୟୋଜିତ ଉତ୍କଳ ଦିବସ ପାଳନ ଅବସରରେ ବକ୍ତାମାନେ ମତ ପ୍ରକାଶ କରିଥିଲେ । ଇତ୍ୟଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଭକ୍ତିପ୍ରିୟ ମିଶ୍ର, ଅରୁନ୍ଧତୀ ମହାନ୍ତି, ପ୍ରବୀଣ କୁମାର ପୃଷ୍ଟି, ମିହିର କୁମାର ନାୟକ, ଧର୍ମେନ୍ଦ୍ର ନାୟକ, ନୀଳାମ୍ବର ଲେଙ୍କା, ସତ୍ୟଜିତ୍ ପାତ୍ର, ବିଜ୍ଞାନ କୁମାର ପାଣିଗ୍ରାହୀ, ଉତ୍ତମ କୁମାର ଦତ୍ତ, ଜିତେନ୍ଦ୍ର ବିଶ୍ୱାଳ, ଅକ୍ଷୟ କୁମାର ପଣ୍ଡା, ଆଶୁତୋଷ ରାଉତ, ଦେବାନନ୍ଦ ବିଶ୍ୱାଳ, ଅଭିଷେକ ନାୟକ ପ୍ରମୁଖ ଯୋଗ ଦେଇ ଆଲୋଚନା ଚକ୍ରରେ ଭାଗ ନେଇଥିଲେ । ଉକ୍ତ ଉତ୍ସବରେ ଅବନ୍ତୀକା କଲେଜ ଓ ଆଇ.ଟି.ଆଇ. ଚରମ୍ପାର ଛାତ୍ରଛାତ୍ରୀମାନେ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।