Odiapua.com

ନୂଆ ଷ୍ଟାଟଅପ୍: ଆପଣ ନେଇପାରିବେ ଫ୍ରାଞ୍ଚାଇଚ୍ : ଦେଖନ୍ତୁ ନୂଆ ବ୍ୟବସାୟର ପ୍ରେରଣା

ବାଙ୍ଗାଲୁରୁ ୧୯-୯ (ଓଡ଼ିଆ ପୁଅ) ବାଙ୍ଗାଲୁରୁରେ ବର୍ଷାପାଣି ରୋଡ୍‌ରେ ଭରି ରହିଥିବାର ଦୃଶ୍ୟ ଏବଂ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆପଣ ବିଭିନ୍ନ ସମୟରେ ଦେଖିପାରୁଥିବେ ବିଭିନ୍ନ ଗଣମାଧ୍ୟମ ଖବରରୁ। ତେବେ ଏମିତି କ୍ଷେତ୍ରରେ, ଏକ ନୂଆ ଷ୍ଟାଟଅପ୍‌ ଆରମ୍ଭ କରି ଲୋକମାନଙ୍କୁ ନିଜର ଯୋତା ଓଦା ନ ହେବା ପାଇଁ ସାହାଯ୍ୟ କରି କିଛି ଅର୍ଥ ଉପାର୍ଜନ କଲେ କ୍ଷତି କ’ଣ? ବର୍ତ୍ତମାନର ବେରୋଜଗାରୀ ସମୟରେ କିଛି ଅର୍ଥ ଉପାର୍ଜନ ହୋଇଗଲେ ସେଦିନର ପରିବାର ପ୍ରତିପୋଷଣ ହୋଇଯିବ। ତେବେ ଦେଖନ୍ତୁ ଏପରି ଏକ ନୂଆ ଭିଡ଼ିଓ।

ବର୍ଷା ହେଉଛି। ରାସ୍ତାରେ ପାଣି। ଲୋକେ ଅଫିସ୍‌ ଯିବେ କେମିତି? ଯୋତା ତ ଓଦା ହୋଇଯିବ। ତେଣୁ ବର୍ଷା ଲାଗାତାର ଲାଗି ରହିଛି। ପାଣି ରୋଡରୁ କମ୍‌ ହେବାର ନାଁ ଧରୁନି। ଅଫିସ କେମିତି ଯିବେ। ଯୋତା କାଢ଼ି ପୁଣି ପିନ୍ଧିବାକୁ ପଡ଼ିବ। ସମୟ ଲାଗିବ। ଅଫିସ୍‌ ଲେଟ ହୋଇଯିବ। ତେବେ ଯାଉ ପଛକେ କିଛି ଟଙ୍କା ରୋଡ୍ ପାରି ହେଉ ଆମେ। ଏମିତି ଏହି ଭିଡ଼ିଓରେ ଲୋକମାନେ ଟଙ୍କା ଦେଇ ରୋଡ ପାରି ହେବାର ଏହି ଭିଡ଼ିଓରେ ଦେଖାଯାଉଛି। ଏହି ଭିଡ଼ିଓଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଜଣେ ୟୁଜର ଏହି ଭିଡ଼ିଓ ସେୟାର କରିଛନ୍ତି। ସେ ଲେଖିଛନ୍ତି, “ନୂଆ ଷ୍ଟାଟଅପ୍‌, ସେମାନେ ଦିଲ୍ଲୀ କୋଲକାତା, ଲକ୍ଷ୍ନୌ, ଚେନ୍ନାଇ ଏବଂ ପୁନେ ପାଇଁ ଫ୍ରାଞ୍ଚାଇଚ୍ ଚାହୁଁଛନ୍ତି”।

https://twitter.com/PujariDipak/status/1571521008590528513