ନୂଆଦିଲ୍ଲୀ: ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ନୂଆ ଲୁକ୍ରେ ଦେଖିବାକୁ ମିଳିଛି। ଲମ୍ବା ହେୟାର ଷ୍ଟାଇଲ୍ ସହ ମଥାରେ ତିଳକ ଚିହ୍ନ, ହାତ ଏବଂ ବେକରେ ରୁଦ୍ରାକ୍ଷ ମାଳ ରଖି ଦୀପାବଳୀ ପାଳନ କରିବାକୁ ମଥୁରା ଯାଇଥିଲେ ତେଜ ପ୍ରତାପ।ମଥୁରା ପରେ ସେ ବୃନ୍ଦାବନର ଯମୁନା ନଦୀ କୂଳରେ ଗୋବର୍ଦ୍ଧନ ପୂଜା ଓ ସତ୍ସଙ୍ଗ କାର୍ଯ୍ୟରେ ଯୋଗଦେଇଥିଲେ।ନିଜକୁ କୃଷ୍ଣଙ୍କ ବଡ଼ ଭକ୍ତ ବୋଲି କହିଥିଲେ ତେଜ ପ୍ରତାପ।ଏହି ଅବସରରେ ସେ ଯମୁନା ପ୍ରଦୂଷଣ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସମାଲୋଚନା କରିଥିଲେ।ଯମୁନା ନଦୀର ପ୍ରଦୂଷିତ ପାଣି ପିଇ ଅନେକ ଲୋକ ରୋଗାକ୍ରାନ୍ତ ହେଉଥିବା ସେ ପ୍ରକାଶ କରିଥିଲେ।ଯମୁନା ନଦୀର ଜଳ ପ୍ରଦୂଷଣ ପ୍ରତି ଦୃଷ୍ଟି ଦେଇ ଏହାର ସ୍ବଚ୍ଛତା ଦିଗରେ କାର୍ଯ୍ୟ କରାନଗଲେ ସେ ଆନ୍ଦୋଳନ କରିବେ ବୋଲି କହିଥିଲେ।//ଦେବଦତ୍ତ ରଥ