Odiapua.com

ନୂଆ ବସଷ୍ଟାଣ୍ଡର ସତ୍ୟନାରାୟଣ ଶାନ୍ତିପୀଠରୁ ଚୋରୀ ଅଭିଯୋଗ

କେନ୍ଦ୍ରାପଡ଼ା, ୧୧ା୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ନୂଆ ବସଷ୍ଟାଣ୍ଡ ନିକଟସ୍ଥିତ ବଣିଆମାଳର ଶ୍ରୀ ସତ୍ୟନାରାୟଣ ଶାନ୍ତିପୀଠ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରୀ ହୋଇଯାଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ମନ୍ଦିରର ପୂଜକ ଭାଗ୍ୟଧର ତ୍ରିପାଠୀଙ୍କ ଅଭିଯୋଗ ଅନୁଯାଇ ଶୁକ୍ରବାର ସନ୍ଧ୍ୟାରେ ସେ ମନ୍ଦିରରୁ ପୂଜା ସାରି ମନ୍ଦିର କବାଟରେ ତାଲା ପକାଇ ଘରକୁ ଯାଇଥିଲେ। କିନ୍ତୁ ଶନିବାର ସକାଳେ ସେ ମନ୍ଦିରକୁ ପୂଜା କରିବାକୁ ଆସି ଦେଖନ୍ତିତ ମନ୍ଦିର କବାଟ ଖୋଲାଅଛି ଓ ତାଲା ନାହିଁ। ପୂଜକ ସ୍ଥାନୀୟ ଲୋକମାନଙ୍କୁ ଡାକି ମନ୍ଦିର ଭିତରକୁ ଯାଇ ଦେଖନ୍ତି ତ ମନ୍ଦିର ଭିତରେ ଠାକୁରଙ୍କ ରୂପା ମୁକୁଟ, ରୂପା ପାଦୁକା, ରୂପା ଚେନ, ସୁନା ଚିତା ଗହଣା, ବାସନକୁସନ ଓ ହୁଣ୍ଡି ସହିତ ପ୍ରାୟ ୧୫ହଜାର ଟଙ୍କା ପ୍ରଭୃତି ନାହିଁ। କେହି ଦୁର୍ବୁତ୍ତ ଗତକାଲି ବିଳମ୍ବିତ ରାତିରେ ଏସବୁ ଚୋରୀ କରିନେଇଥିବା ପୂଜକ ଅଭିଯୋଗ କରିଛନ୍ତି। ଥାନାରେ ଅଭିଯୋଗ ପରେ ଟାଉନ ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୃଷ୍ଟି ଓ ସବଇନସପେକ୍ଟର ସୈାମ୍ୟରଞ୍ଜନ ଜାଲି ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରିଥିବା ଜଣାପଡିଛି।