Odiapua.com

ନୂଆ ଲୁକରେ ତାପସୀ ପନ୍ନୁ

ମୁମ୍ବାଇ,୧୬/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ଜାଗା ବନାଇଥିବା ଟଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ‘ବିୟୁଟି ଓ୍ଵିଥ୍‌ ବ୍ରେନ୍‌’ ନାମରେ ସିନେମା ଜଗତରେ ବେଶ୍‌ ଜଣାଶୁଣା। ଯଦିଓ ତାଙ୍କ ଷ୍ଟାଇଲକୁ ନେଇ ଏତେଟା ଚର୍ଚ୍ଚା ହୋଇ ନ ଥାଏ, କିନ୍ତୁ ଗତ କିଛି ବର୍ଷରେ ସେ ନିଜ ଷ୍ଟାଇଲରେ ଭିନ୍ନତା ଆଣି ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି। ‘ମିଶନ ମଙ୍ଗଲ’ର ପ୍ରମୋଶନ ସମୟରେ ଯଦି ଆପଣ ତାପସୀଙ୍କ ଲୁକ୍‌କୁ ନଜର କରିନାହାନ୍ତି, ତା’ ହେଲେ ଏବେ ହିଁ କରନ୍ତୁ, କାହିଁକି ନା ଏହା ଭିତରେ ସେ ଶାଢ଼ି ସହିତ ଜବରଦସ୍ତ ପ୍ରୟୋଗ କରିଛନ୍ତି।

ନେଭି ବ୍ଲୁ ଓ ଗାଜର ରଙ୍ଗର ପ୍ରିଣ୍ଟେଡ୍‌ ଶାଢ଼ି ପିନ୍ଧି ତାପସୀ ଭାରତୀୟ ନାରୀଙ୍କର ଏକ ସୁନ୍ଦର ଉଦାହରଣ ଦେଇଛନ୍ତି। ଏହି ଶାଢ଼ିରେ ‘ବ୍ୟାକ୍‌ ଲୁକ୍‌’ର ଫଟୋ ସେ ନିଜ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଏଥିରେ ତାପସୀ ଲେଖିଛନ୍ତି, ‘କାଉଣ୍ଟଡାଉନ୍‌ ବିଗିନ୍ସ’। ଶାଢ଼ି ସହିତ ଫୁଲ୍‌ ସିଲ୍କ ବ୍ଲାଉଜ୍‌ ସେ ମ୍ୟାଚ୍‌ କରି ପିନ୍ଧିଛନ୍ତି। ଏହି ଲୁକକୁ ସେ ଅଳ୍ପ ମେକ୍‌ଅପ ଏବଂ ବନ୍‌ ହେୟାରଷ୍ଟାଇଲ୍‌ ବନାଇ ପୂରା କରିଛନ୍ତି। କେଶରେ ଲଗାଇଥିବା ଧଳା ଫୁଲର ଗଜରା ତାଙ୍କ ପାରମ୍ପରିକ ଅବତାରକୁ ଆହୁରି ଆକର୍ଷଣୀୟ କରୁଛି।