Odiapua.com

ନୂଆ ଦାୟିତ୍ବ ନେଲେ ହିଂମାଶୁ ଲାଲ

ଭୁବନେଶ୍ଵର,୨୪/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ଉତ୍ତରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ନେଲେ ହିମାଂଶୁ ଲାଲ୍‌। ସେ ସତ୍ୟବ୍ରତ ଭୋଇଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ହିମାଂଶୁ ଲାଲ୍‌ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ 5T କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବ। ଏହାସହ ମାଓ ପ୍ରବଣ ଅଂଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯିବ।

ଏହାସହ ସାଧାରଣ ଲୋକ କିପରି ତୁରନ୍ତ ନ୍ୟାୟ ପାଇଁ ସେ ଦିଗରେ ଅଧିକ କାମ କରାଯିବ। ସେପଟେ ସତ୍ୟବ୍ରତ ଭୋଇ କହିଛନ୍ତି, ଉତ୍ତରାଞ୍ଚଳ ଡିଆଇଜି ଭାବେ କାମ କରି ସେ ବେଶ ଖୁସି ଅଛନ୍ତି।