Odiapua.com

ନୂଆ ଦାୟିତ୍ବ ନେଲେ ରାକେଶ କୁମାର ସିଂହ ଭଦୌରିଆ

ନୂଆଦିଲ୍ଲୀ,୩୦/୦୯,(ଓଡ଼ିଆ ପୁଅ ପି ନାଏକ): ଭାରତୀୟ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ନେଲେ ରାକେଶ କୁମାର ସିଂହ ଭଦୌରିଆ । ଆଇଆାର ମାର୍ଶାଲ ରାକେଶ କୁମାର ଭଦୌରିଆ ଆଜି ୩୦ ସେପ୍ଟେମ୍ବରରେ ବାୟୁସେନାର ୨୬ ତମ ପ୍ରମୁଖ ଭାବେ ପଦ ସମ୍ଭାଳିଛନ୍ତି । ବିଏସ ଧନୋଆ ଅବସର ନେବା ପରେ ଆଜି ରାକେଶ କୁମାର ସିଂହ ଭଦୌରିଆ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି ।ତେବେ ରାଫେଲ ଉଡ଼ାଇବାରେ ପ୍ରଥମ ଭାରତୀୟ ଅଧିକାରୀ ହେଲେ ରାକେଶ କୁମାର ସିଂହ ଭଦୌରିଆ । ରାକେଶ କୁମାର ସିଂହ ଭଦୌରିଆ ୩୬ ରାଫେଲ ବିମାନ କିଣିବା କମିଟର ସଦସ୍ୟ ମଧ୍ୟ ଥିଲେ । ନିଜର ୩୬ ବର୍ଷର ସେବା କାଳରେ ଭଦୌରିଆ ଅତି ବିଶିଷ୍ଟ ସେବା ପଦକ, ବାୟୁସେନା ମେଡାଲ ଏବଂ ପରମ ବିଶିଷ୍ଟ ସେବା ପଦକ ସମେତ ଅନେକ ସମ୍ମାନ ଲାଭ କରିଛନ୍ତି। ଭଦୌରିଆ ଦକ୍ଷିଣ କମାଣ୍ଡର ଭାବେ ୨୦୧୭ ମାର୍ଚ୍ଚରୁ ଅଗଷ୍ଟ ୧୮ ଯାଏଁ ଦାୟିତ୍ୱ ଗ୍ରହଣ କରିଥିଲେ ।