Odiapua.com

ନୂଆବର୍ଷରେ ଦେବାଦେବୀପିଠରେ ଭକ୍ତଙ୍କଭିଡ,ଜିଲ୍ଲାପାଳ, ଏସପି ଙ୍କୁ ଶୁଭେଚ୍ଛା ଜଣାଇଲେ ଜିଲାଲ୍ଲାବାସୀ

ମାଲକାନଗିରି,୧ା୧(ଓଡିଆ ପୁଅ )   ୨୦୧୮ ପୁରୁଣା ବର୍ଷକୁ ବିଦାୟଦେଇ ୨୦୧୯ ନୂଆବର୍ଷ କୁ ସ୍ୱାଗତ ଜଣାଇ ୧ତାରିଖ ସକାଳୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦେବାଦେବି ପିଠ ମାନଙ୍କରେ ଭକ୍ତମାନଙ୍କର ଭିଡଲାଗିଥିଲା,  ନୂତନବର୍ଷଟି କିପରି ଆନନ୍ଦରେ କଟିବ ସେନେଇ ଭଗବାନ ଙ୍କନିକଟରେ ପ୍ରାର୍ଥନା କରିଥିଲେ ଶ୍ରଦ୍ଧାଳୁଭକ୍ତମାନେ, ବିଶେଷକରି ଜଗନ୍ନାଥ ମନ୍ଦିରରେ ଅଧିକ ଭିଡ ଦେଖା ଦେଇଥିଲା ,ଦେବାଦେବୀ ଦର୍ଶନପରେ ସହରବାସୀ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରି ମାନେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ,ଏସପି ଜଗମୋହନ ମୀନା ,ପିଡି ଡିଆରଡିଏ  ଲିଙ୍ଗରାଜ ପଣ୍ଡା,ଅତିରିକ୍ତଜିଲ୍ଲାପାଳ ଅଯୋଧ୍ୟାକାନ୍ତ ସତପଥୀ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ପିଏଆଇଟିଡିଏ ରାମକୃଷ୍ଣଗଣ୍ଡ ଙ୍କୁ କାର୍ଯ୍ୟାଳୟରେ ଜିଲ୍ଲାବାସୀ, ଜିଲ୍ଲାସ୍ତରୀୟ,ବ୍ଲକସ୍ତରୀୟ ଅଧିକାରୀ ଓ ସମସ୍ଥ ସରକାରି କର୍ମଚାରୀ ,ରୋଜନୈତିକ ନେତା କର୍ମୀମାନେ ଭେଟି ପୁଷ୍ପଗୁଛ ଦେଇ ନବବର୍ଷର ସୁଭକାମନା କରିଥିଲେ ।

ଜିଲ୍ଲାପାଳ ଓ ଏସପି ସମସ୍ତ ଅଧିକାରୀ ଓ ଜିଲ୍ଲାବାସୀଙ୍କୁ ନବବର୍ଷର ଶୁଭକାମନା କରି   ନୂଆବର୍ଷର କେକ୍ ଓ ମିଷ୍ଟାନ ପ୍ରଦାନ କରିଥିଲେ ।ସମସ୍ତେ ମିଳିମିଶି ଜିଲ୍ଲାର ଉନ୍ନୟନ ମୁଳକ କାର୍ଯ୍ୟ  କରି ଜିଲ୍ଲାବାସୀଙ୍କର ପ୍ରୀୟ ଭାଜନ ହୁଅନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ନିଜ କାର୍ଯ୍ୟାଳୟର ଅଧିକାରୀ ଓ ସହକର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଠିକ ସେହିପରି ବିଗତ୨୦୧୮ବର୍ଷରେ ମାଓଦମନରେ ପୁଲିସକୁ ମିଳିଥିବା ସଫଳତା ପରି ଚଳିତ ନୁଆବର୍ଷରେ ମଧ୍ୟ ସେହିପରି ସଫଳା ପାଇବା ସହ ଜିଲ୍ଲାରେ ଅପରାଧ ସଂଖ୍ୟା କମାଇ ଜିଲ୍ଲାବାସୀଙ୍କୁ ସୁରକ୍ଷା ଯୋଗାଇ ଶାନ୍ତିରେ ରଖିବା ପାଇଁ ଏସପି ଶ୍ରୀ ମୀନା ପୁଲିସ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।