ମାଲକାନଗିରି,୧ା୧(ଓଡିଆ ପୁଅ ) ୨୦୧୮ ପୁରୁଣା ବର୍ଷକୁ ବିଦାୟଦେଇ ୨୦୧୯ ନୂଆବର୍ଷ କୁ ସ୍ୱାଗତ ଜଣାଇ ୧ତାରିଖ ସକାଳୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦେବାଦେବି ପିଠ ମାନଙ୍କରେ ଭକ୍ତମାନଙ୍କର ଭିଡଲାଗିଥିଲା, ନୂତନବର୍ଷଟି କିପରି ଆନନ୍ଦରେ କଟିବ ସେନେଇ ଭଗବାନ ଙ୍କନିକଟରେ ପ୍ରାର୍ଥନା କରିଥିଲେ ଶ୍ରଦ୍ଧାଳୁଭକ୍ତମାନେ, ବିଶେଷକରି ଜଗନ୍ନାଥ ମନ୍ଦିରରେ ଅଧିକ ଭିଡ ଦେଖା ଦେଇଥିଲା ,ଦେବାଦେବୀ ଦର୍ଶନପରେ ସହରବାସୀ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରି ମାନେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ,ଏସପି ଜଗମୋହନ ମୀନା ,ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା,ଅତିରିକ୍ତଜିଲ୍ଲାପାଳ ଅଯୋଧ୍ୟାକାନ୍ତ ସତପଥୀ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ପିଏଆଇଟିଡିଏ ରାମକୃଷ୍ଣଗଣ୍ଡ ଙ୍କୁ କାର୍ଯ୍ୟାଳୟରେ ଜିଲ୍ଲାବାସୀ, ଜିଲ୍ଲାସ୍ତରୀୟ,ବ୍ଲକସ୍ତରୀୟ ଅଧିକାରୀ ଓ ସମସ୍ଥ ସରକାରି କର୍ମଚାରୀ ,ରୋଜନୈତିକ ନେତା କର୍ମୀମାନେ ଭେଟି ପୁଷ୍ପଗୁଛ ଦେଇ ନବବର୍ଷର ସୁଭକାମନା କରିଥିଲେ ।