Odiapua.com

ନୂଆବର୍ଷରେ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କଭିଡ

ମାଲକାନଗିରି,୧ା୧(ଓଡିଆ ପୁଅ )   ୨୦୧୯ ପୁରୁଣା ବର୍ଷକୁ ବିଦାୟଦେଇ ୨୦୨୦ନୂଆବର୍ଷ କୁ ସ୍ୱାଗତ ଜଣାଇ ଆଜିସକାଳୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଦେବାଦେବି ପିଠ ମାନଙ୍କରେ ଭକ୍ତମାନଙ୍କର ଭିଡଲାଗିଥିଲା,  ନୂତନବର୍ଷଟି କିପରି ଆନନ୍ଦରେ କଟିବ ସେନେଇ ଭଗବାନ ଙ୍କନିକଟରେ ପ୍ରାର୍ଥନା କରିଥିଲେ ଶ୍ରଦ୍ଧାଳୁଭକ୍ତମାନେ, ବିଶେଷକରି ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉ ଙ୍କ ଦର୍ଶନ ଓ ପ୍ରାସଦ ପାଇବା ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଦେଖା ଦେଇଥିଲା ,ଦେବାଦେବୀ ଦର୍ଶନପରେ ସହରବାସୀ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରି ମାନେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ,ଅତିରିକ୍ତଜିଲ୍ଲାପାଳ ବୀରସେନ ପ୍ରଧାନ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ପିଏଆଇଟିଡିଏ କ୍ଷୀରାଦ୍ଧିବେହେରା ଓ ସହକାରୀ ଏସପି ଉଦ୍ଦବଚରଣ ନାୟକ ଙ୍କୁ କାର୍ଯ୍ୟାଳୟରେ ଭେଟି ଜିଲ୍ଲାସ୍ତରୀୟ,ବ୍ଲକସ୍ତରୀୟ ଅଧିକାରୀ ଓ ସମସ୍ତ ସରକାରି କର୍ମଚାରୀ ,ରାଜନୈତିକ ନେତା,ସାମ୍ବାଦିକ ମାନେ ପୁଷ୍ପଗୁଛ ଦେଇ ନବବର୍ଷର ସୁଭକାମନା କରିଥିଲେ । ଜିଲ୍ଲାପାଳ  ସମସ୍ତ ଅଧିକାରୀ ଓ ଜିଲ୍ଲାବାସୀଙ୍କୁ ନବବର୍ଷର ଶୁଭକାମନା କରି   ନୂଆବର୍ଷର କେକ୍ ଓ ମିଷ୍ଟାନ ବଟଂନ କରିଥିଲେ ।ସମସ୍ତେ ମିଳିମିଶି ଜିଲ୍ଲାର ଉନ୍ନୟନ ମୁଳକ କାର୍ଯ୍ୟ  କରି ଜିଲ୍ଲାବାସୀଙ୍କର ପ୍ରୀୟ ଭାଜନ ହୁଅନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ନିଜ କାର୍ଯ୍ୟାଳୟର ଅଧିକାରୀ ଓ ସହକର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ ।