ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସଂକୁଳ ସ୍ତରୀୟ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲା ପ୍ରମୁଖ ମନିନ୍ଦ୍ର କୁମାର ଦୀକ୍ଷିତ ଯୋଗଦେଇ ପଂଚକୋଷର ବିକାଶ ହେଲେ ଶିଶୁର ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି ମତ ରଖିଥିଲେ। ପୂର୍ବୋତର ସମ୍ଭାଗ ସଂଯୋଜକ ବିଭୂତି ଭୂଷଣ ପାଇକରାୟ, ପୂର୍ବୋତର ସମ୍ଭାଗର ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ର, ପୂର୍ବୋତର ସମ୍ଭାଗର କୋଷାଧ୍ୟକ୍ଷ ସରୋଜ କୁମାର ଓଝା, ପୂର୍ବପ୍ରାନ୍ତର ସହ ପ୍ରାନ୍ତ କାର୍ଯ୍ୟବାହ ରବିନାରାୟଣ ପଣ୍ଡା, ସଂକୁଳ ପ୍ରମୁଖ ସଂଗ୍ରାମ କେଶରୀ ମହାନ୍ତି, ସଂକୁଳ ସଂଯୋଜକ ପ୍ରଣୟ କୁମାର ପଢିଆରୀ, ସ୍ଥାନୀୟ ବିଦ୍ୟାଳୟର ସଂପାଦକ ବିଭୁଚନ୍ଦନ ଜେନା, ଯୁଗ୍ମ ସଂପାଦିକା ମିଲି ମହାନ୍ତି, ସଦସ୍ୟା ରିନାରାଣୀ ଯେନା, ସର୍ବେଶ୍ୱର ମହାପାତ୍ର, ପ୍ରଧାନ ଆଚାର୍ଯ୍ୟ ମାୟାଧର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଏହି କର୍ମଶାଳାରେ ୭ଟି ବିଦ୍ୟାଳୟର ୧୩୦ ଜଣ ପ୍ରଶିକ୍ଷାର୍ଥୀ ଓ ୧୦ ଜଣ ପ୍ରଶିକ୍ଷକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତା ଓ ସଦସ୍ୟ ସହଯୋଗ କରିଥିଲେ। ଶେଷରେ କୋଷାଧ୍ୟକ୍ଷ ବସନ୍ତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।