Odiapua.com

ନୂଆପଡା -ବୁଥ୍ ନିକଟରେ ପିସିସି ସଦସ୍ୟଙ୍କୁ ମାଡ଼ ଘଟଣା, ଚାରି ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ଯୁବ କଂଗ୍ରେସର ଥାନା ଘେରାଉ ଚେତାବନୀ

ନୂଆପଡା -୧୭-୦୪ -(ଓଡ଼ିଆ ପୁଅ/ନନ୍ଦିଘୋଷ ଖମାରୀ )-ଗତ ୧୧ ତାରିଖରେ ଅନୁଷ୍ଠିତ ସାଧାରଣ ନିର୍ବାଚନ କୁ ନେଇ କଂଗ୍ରେସର ପିସିସି ସଦସ୍ୟ ବିରଞ୍ଚି ବାଗଙ୍କୁ ନିଜ ଗାଁ ଜଳମକଟା ବୁଥ ନିକଟରେ କିଛି ଲୋକ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ଶ୍ରୀ ବାଗ ଗୁରୁତର ଆହତ ହୋଇ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏବଂ ଘଟଣା ସମ୍ବନ୍ଧରେ ଶ୍ରୀ ବାଗ କୋମନା ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆ ଯାଇ ନଥିବା ଅଭିଯୋଗ କରି ଆଜି ଯୁବ କଂଗ୍ରେସ ତରଫରୁ ରବି ମଙ୍ଗରାଜଙ୍କ ନେତୃତ୍ୱ ରେ ଏକ ଟିମ ଯାଇ କୋମନା ଥାନା ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲା ଆରକ୍ଷୀ ଅଧିକାରୀ ନୂଆପଡାକୁ ଏକ ଦାବିପତ୍ର ପ୍ରଦାନ ପ୍ରଦାନ କରିଛନ୍ତି। ଓ ୪ ଦିନ ମଧ୍ୟରେ ଯଦି ଘଟଣା ରେ ସଂଶ୍ଲିଷ୍ଟ ଦୋଷୀଙ୍କୁ ଗିରଫ କରା ନଯାଏ ତାହେଲେ ଥାନା ଘେରାଉ କରାଯିବ ବୋଲି ଲିଖିତ ଭାବେ ଚେତାବନୀ ଦେଇଛନ୍ତି। ଏ ନେଇ କୋମନା ଥାନା ଅଧିକାରୀ ଶ୍ରୀ ନିର୍ମଳ ପାଣିଗ୍ରାହୀ କହିଛନ୍ତି ଯେ, ଶ୍ରୀ ବାଗଙ୍କ ଅଭିଯୋଗକୁ ଆଧାର କରି ସେ କୋମନା ଥାନାରେ ଏକ ମାମଲା ୯୬/୧୯ ରୁଜୁ କରିଛନ୍ତି ଏବଂ ତଦନ୍ତ ଚାଲିଛି ଖୁବ ଶୀଘ୍ର ଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି।