Odiapua.com

ନୂଆପଡା -ନବ ନିର୍ବାଚିତ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା

ନୂଆପଡା -୨/୬-(ଓଡ଼ିଆ ପୁଅ /ନନ୍ଦିଘୋଷ ଖମାରି )-ଖଡ଼ିଆଳ ବିଧାନସଭା ଆସନରୁ ଚଳିତ ସାଧାରଣ ନିର୍ବାଚନରେ ବିଧାୟକ ଭାବେ ବିଜୟଲାଭ କରିଥିବା ଖଡ଼ିଆଳ ଅଂଚଳର ଯୁବନେତା ଅଧିରାଜ ପାଣିଗ୍ରାହୀ ଙ୍କୁ ଆଜି ନୂଆପଡା ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କ୍ରମରେ ସଂଘ ସଭାପତି ସୁବାସ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଖଡ଼ିଆଳ ସ୍ତିତ ଶ୍ୟାମକୁଞ୍ଜ ହୋଟେଲ ରେ ଅନୁଷ୍ଠିତ ବୈଠକ ରେ ରେଡ଼ିଓ ସ୍ୱୟଂଶକ୍ତି ର ସିଇଓ ବିଶ୍ୱଜିତ ପାଢ଼ୀ,କୋଷାଧ୍ୟକ୍ଷ ପବିତ୍ର ପ୍ରଧାନ, ସମ୍ପାଦକ ରୁଦ୍ରାରାଜ ବାଗ, ପୂର୍ବତନ ସମ୍ପାଦକ ଟିକେସ୍ୱର ନାଗ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବର୍ଦ୍ଧନା ସଭାରେ ବିଧାୟକ ଅଧିରାଜ ପାଣିଗ୍ରାହୀ ଅଂଚଳର ବିକାଶ କରିବେ ବୋଲି ନୂଆପଡା ଜିଲ୍ଲା ସାମ୍ବାଦିକ ସଙ୍ଘକୁ ଦେଇଥିବା ପ୍ରଥମ ସାକ୍ଷାତକାର ରେ କହିଛନ୍ତି। ଆଜିର ବୈଠକରେ ଜିଲ୍ଲା ସାମ୍ବାଦିକ ସଂଘର ସମସ୍ତ ସାମ୍ବାଦିକ ଉପସ୍ତିତ ଥିଲେ।