Odiapua.com

ନୂଆଦିଲ୍ଲୀରେ ଜୁହାର ପରିବାର ପକ୍ଷରୁ ନୂଆଁଖାଇ ଭେଟଘାଟ

ସମ୍ବଲପୁର, ୧୬/୯ (ଓଡ଼ିଆ ପୁଅ) : ବ୍ୟସ୍ତବହୁଳ ଜୀବନ ଭିତରୁ ନିଜର କଳା, ସଂସ୍କୃତି, ସଂସ୍କାରକୁ ନୂଆ ପୀଢିଙ୍କ ପାଖରେ ପହଁଚାଇବା ପ୍ରଂଶସନୀୟ କାମ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୂଆଦିଲ୍ଲୀଠାରେ ଜୁହାର ପରିବାର ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଆମର ସଂସ୍କୁତି ପରମ୍ପରାକୁ ଉଜ୍ଜିବୀତ କରିବା ପାଇଁ ଯେଉଁ କାମ ହୋଇଛି ତାହା ପ୍ରଶଂସନୀୟ। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଧୀରେଧୀରେ ଜୁହାର ପରିବାର ପ୍ରବାସୀ ପଶ୍ଚିମଓଡିଶା ଭାଇଭଉଣୀମାନଙ୍କ ପାଇଁ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଗଲାଣୀ। ବେଙ୍ଗାଲୁର, ହାଇଦ୍ରାବାଦ ଠାରୁ ଆରମ୍ଭ କରି ଭାରତବର୍ଷ ଓ ବିଶ୍ୱର ସବୁ ଅଂଚଳରେ ନୂଆଖାଇ ଭେଟଘାଟ, ସାମାଜିକ ଏକତ୍ରୀକରଣ କାମ ଚାଲିଛି। ମହାପ୍ରଭୁ ଜଗନ୍ନାଥ, ମା ସମଲେଇ, ମାଣିକେଶ୍ୱରୀଙ୍କ ଆଶୀର୍ବାଦ ଯୋଗୁଁ ନୂଆଁଖାଇ ଜୁହାର ଆମର ସଂସ୍କୁତିକୁ ଉଜ୍ଜିବୀତ କରି ରଖିଛି ବୋଲି ସେ କହିଛନ୍ତି।