Odiapua.com

ନୂଆଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ନିର୍ମାଣ ପାଇଁ ଜମି ଯୋଗାଇଦେବାକୁ କେନ୍ଦ୍ରକୁ ନବୀନଙ୍କ ଚିଠି

ନୂଆ ଦିଲ୍ଲୀ ୯-୧୨ (ଓଡ଼ିଆ ପୁଅ) କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତିଯେ, ଓଡ଼ିଶାର ଅନନ୍ୟ ସଂସ୍କୃତି ଏବଂ ଐତିହ୍ୟ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଓଡ଼ିଶାବାସୀ ଦିଲ୍ଲୀରେ କେବଳ ନିଜର ସ୍ଥାୟୀ ବସବାସ କରିବା ସହିତ ନିଜର ସଂସ୍କୃତି ଏବଂ ପରମ୍ପରା ବଜାୟ ରଖିବା ପାଇଁ ସର୍ବଦା ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛନ୍ତି। ରାଜଧାନୀ ଦିଲ୍ଲୀରେ ଥିବା ପ୍ରବାସୀ ଓଡ଼ିଆମାନେ ତାଙ୍କର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ ସାଂସ୍କୃତିକ କେନ୍ଦ୍ରର ଆବଶ୍ୟକତା ରହିଛି। ସେଥିପାଇଁ ଅନ୍ୟରାଜ୍ୟ, ତାମିଲନାଡ଼ୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଭଳି ଓଡିଶାକୁ ମଧ୍ୟ ଅତିରିକ୍ତ ଜାଗା ମିଳୁବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।