Odiapua.com

ନୂଆଗାଁକୁ ରେଳ ଗଡ଼ିଲା

ନୟାଗଡ଼, ୨୩ା୩ (ଓଡ଼ିଆ ପୁଅ) :ଖୋର୍ଦ୍ଧାରୋଡ଼-ବଲାଙ୍ଗୀର ରୋଡ଼ର ନୂଆଗାଁକୁ ରେଳ ଗଡ଼ିଛି। ମହିପୁର-ନୂଆଗାଁ ୧୩.୨୫୦ କି.ମି ଦୈର୍ଘ୍ୟ ମଧ୍ୟରେ ରେଳ ଲାଇନ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବାବେଳେ ରେଳ ଲାଇନର ସୁରକ୍ଷା ଯାଂଚ ହୋଇଛି। ରେଳ ଲାଇନରେ ଥିବା ସମସ୍ତ ସୁରକ୍ଷା ସମ୍ବଦ୍ଧୀୟ କାର୍ଯ୍ୟଗୁଡ଼ିକ ଡିଆରମ୍ ଲିଙ୍କେଶ ରାୟ ପ୍ରମୁଖ ରେଳ ଅଧିକାରୀମାନେ ଭୁବନେଶ୍ୱରରୁ ନୂଆଗାଁକୁ ରେଳରେ ଆସି ପୁଙ୍ଖାନୁପୁଙ୍ଖ ଯାଂଚ କରିଥିଲେ। ଭୁବନେଶ୍ୱର ଷ୍ଟେସନରୁ ବୁଧବାର ଭୋର ୫ଟାରୁ ରେଳ ଛାଡ଼ିଥିବାବେଳେ ନୟାଗଡ଼ ଟାଉନରେ ସକାଳ ୬ଟା ୧୦ ପହଂଚି ନୟାଗଡ଼ ଟାଉନ ଠାରୁ ୬ଟା ୪୫ରେ ବାହାରି ୭ଟା ୩୦ରେ ନୂଆଗାଁରେ ପହଂଚି ଥିଲା। ସେହିପରି ରେଳ ୩ଟା ୩୦ରେ ନୂଆଗାଁ ଷ୍ଟେସନରୁ ବାହାରି ୩ଟା ୪୫ରେ ମହୌପୁର ଓ ପୁଣି ୪ଟା ରେ ବାହାରି ୪ଟା ୧୫ରେ ନୂଆଗାଁ ଏବଂ ୪ଟା ୩୦ରେ ନୂଆଗାଁରୁ ବାହାରି ଭୁବନେଶ୍ୱର ସିଧା ଯାଇଥିଲା। ରେଳ ଦେଖିବାକୁ ନୂଆଗାଁ ଷ୍ଟେସନରେ ଲୋକମାନଙ୍କର ଗହଳି ଚହଳି ଦେଖାଯାଇଥିଲା। ରେଳ ଇଂଜିନ ସହିତ ୧୩ଟି ଡବା ସଂଲଗ୍ନ ରହିଥିଲା। ନୂଆଗାଁକୁ ଖୋର୍ଦ୍ଧାରୋଡ଼-ବଲାଙ୍ଗିର ରେଳପଥରେ ରେଳଲାଇନ୍ ପ୍ରକ୍ରିୟା କାର୍ଯ୍ୟ ଚାଲୁଥୁିବାରୁ ଏବଂ ନୂଆଗାଁକୁ ରେଳ ଆସୁଥୁବାରୁ ବୁଧବାର ୧୮୪୨୪ ନୟାଗଡ଼ ଟାଉନ-ଭୁବନେଶ୍ୱର ଏକ୍ସପ୍ରେସକୁ ବାତିଲ କରାଯାଇଥିଲା।