Odiapua.com

ନୂଆଁ ରମ୍ପେଲା ଗ୍ରାମର ଯୁବ ଇଞ୍ଜିନିୟର ଆଶିଷ ମାହାଣା ତିଆରି କଲେ ଟେମ୍ପର୍ ପ୍ରୁଫ୍ ଭୋଟିଂ ମେସିନ୍

ସମ୍ବଲପୁର,୨୦/୦୨ (ଓଡ଼ିଆ ପୁଅ/ସରୋଜ ସାହୁ): ଭାରତ ପରି ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟ ଦେବା ବା ନିଜର ମତ ଦାନ ସାବ୍ଯସ୍ତ କରିବା କୁ ଆହୁରି ସରଳୀକରଣ କରିବାକୁ ଯାଇ ସରକାର ଏଭିଏମ ମେସିନ ଆଶ୍ରୟ ନେଇଛନ୍ତି। ଏଥିରେ ମଧ୍ଯ ଭୋଟ ଟେମ୍ପରିଂ ହୋଉଥିବା ଅନେକ ସମୟରେ ଗୁରୁତର ଅଭିଯୋଗ ହୋଇଆସିଛି। ତେବେ ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ବ୍ଲକ ନୁଆଁ ରମ୍ପେଲା ଗ୍ରାମ ର ଯୁବ ଇଞ୍ଜିନିୟର ଆଶିଷ ମାହାଣାଙ୍କ ତିଆରି କରିଛନ୍ତି ଟେମ୍ପର୍ ପ୍ରୁଫ୍ ଭୋଟିଂ ମେସିନ୍। ହୀରାକୁଦ ହିଣ୍ଡାଲକୋ ରେ ଇଞ୍ଜିନିୟର ଥିବା ଆଶିଷ ମାହାଣା ଟେମ୍ପରିଂ ପ୍ରୁଫ୍ ଭୋଟିଂ ମେସିନ୍ ତିଆରି ପାଇଁ ବ୍ୟାଟେରୀ ଅକାମୀ ହୋଇ ପଡିଥିବା ଫ୍ୟାନ୍ ରେ ଲାଗିଥିବା ପୁସ୍ ସୁଇଚ୍, ଅଚଳ ମୋଟର ସାଇକେଲ୍ ର ସ୍ପିଡୋ ମିଟର, ଖେଳଣା ମାନଙ୍କ ରେ ଲାଗିଥିବା ମୋଟର, କାଉଣ୍ଟର ଏବଂ ସାଇକେଲ୍ ଘଣ୍ଟି ବ୍ୟବହାର କରିଛନ୍ତି। ଶ୍ରୀ ମାହାଣା ଙ୍କ କହିବା ଅନୁଯାୟୀ ଏହି ଭୋଟିଂ ମେସିନ୍ କୁ କେହି ଟେମ୍ପରି କରି ପାରିବେ ନାହିଁ । ଭୋଟିଂ ମେସିନ୍ ଲକ୍ ଏବଂ ଅନ୍ ଲକ୍ ସୁଇଚ୍ ପ୍ରିଜାଇଡିଂ ଅଫିସର ଙ୍କ ପାଖ ରେ ରହିବ। ଭୋଟର ଭୋଟ୍ ଦେବାକୁ ମେସିନ୍ ପାଖକୁ ଗଲେ ସେସିନ୍ ଅନ୍ ଲକ୍ ହେବ ଏବଂ ଭୋଟର ନିଜ ପସନ୍ଦ ଚିହ୍ନ ରେ ଭୋଟ ଦେଲା ପରେ ଏଲଇଡି ବଳ ଜଳି ଉଠିବା ସହିତ ଘଣ୍ଟି ବାଜିବ ଏବଂ ଭୋଟ୍ ମେସିନ୍ ରେଥିବା କାଉଣ୍ଟରରେ ଭୋଟ୍ ରେକର୍ଡ ହୋଇଯିବ । ଏହାପରେ ଅଟୋମେଟିକ୍ ମେସିନ୍ ଲକ୍ ହୋଇଯିବ। ଅଟୋମେଟିକ୍ ଲକ୍ ଯୋଗୁଁ ଜଣେ ଭୋଟର ଏକାଧିକ ଭୋଟ୍ ଦେବା ଅସମ୍ଭବ । ପୁଣି ଅନ୍ୟ ଭୋଟର ଭୋଟ୍ ଦେବାକୁ ଆସିଲେ ପ୍ରିଜାଇଡିଂ ଅଫିସର ମେସିନ୍ ଅନଲକ୍ କଲେ ସଂପୃକ୍ତ ଭୋଟର୍ ଭୋଟ ଦେଇପାରିବେ। ନିର୍ବାଚନ ରେ ଯେତେ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବେ ମେସିନ୍ ରେ ସେତେ ସଂଖ୍ୟକ ମିଟର ଏବଂ ମୋଟର ଲାଗିବ ବୋଲି ଶ୍ରୀ ମହାଣା କହିଛନ୍ତି। ସାମାନ୍ୟ ପରିବର୍ତ୍ତନ କରି ଏହି ମେସିନ୍ ରେ ମୋଟର କାଉଣ୍ଟର ବଦଳରେ ସିରଏଲ୍ ଷ୍ଟମ୍ପିଂ ମେସିନ୍ ବ୍ୟବହାର କଲେ ସମ୍ପୂର୍ଣ୍ଣ ମେକାନିକାଲ୍ ଅର୍ଥାତ୍ ବ୍ୟାଟେରୀ ବିହୀନ ଭୋଟିଂ ମେସିନ୍ ତିଆରି ହୋଇପାରିବ। କିଏ କେତେ ଭୋଟ୍ ପାଇଲା ଜାଣିବାକୁ ଚାହିଁଲେ ମଧ୍ୟ ସାଙ୍ଗେ ସାଙ୍ଗେ ଗଣତି କରାଯାଇ ପାରିବ। ଏହି ମେସିନ୍ ଟେମ୍ପରିଂ ପ୍ରୁଫ୍ ହୋଇଥିବାରୁ ନିର୍ବାଚନରେ ସ୍ୱଚ୍ଛତା ଏବଂ ପାରଦର୍ଶିତା ରହିବ ବୋଲି ଶ୍ରୀ ମାହାଣା ଆଶାପ୍ରକାଶ କରିଛନ୍ତି। ଏହି ମେସିନ୍ ମାତ୍ର ୨ ହଜାର ଟଙ୍କାରେ ତିଆରି କରାଯାଇ ପାରିବ। ସମ୍ପୂର୍ଣ୍ଣ ସ୍ୱଦେଶୀ ଢାଞ୍ଚାରେ ତିଆରି ହୋଇ ପାରୁଥିବା ଏହି ଭୋଟିଂ ମେସିନ୍ ଅନେକଙ୍କୁ ଆତ୍ମ ନିଯୁକ୍ତି ତଥା ରୋଜଗାର ଯୋଗାଇ ଦେବାରେ ସହାୟକ ହୋଇପାରିବ। ଏହା ବ୍ୟତୀତ ସରକାର ଦେଉଥିବା ଭୋକାଲ୍ ଫର ଲୋକାଲ୍ ସ୍ଲୋଗାନ୍ ର ସଫଳ ରୂପାୟନ ମଧ୍ୟ ହୋଇ ପାରିବ ବୋଲି ସେ ନିଜ ପ୍ରତିକ୍ରିୟା ରେ କହିଛନ୍ତି। ଏହି ଟେମ୍ପରିଂ ପ୍ରୁଫ୍ ଭୋଟିଂ ମେସିନ୍ ତିଆରି କରି ଏକ ଉଦାହରଣ ସୃଷ୍ଟି କରିବା ସହିତ ସରକାର ଏବଂ ରାଜନୈତିକ ଦଳ ମାନଙ୍କୁ ସ୍ୱଚ୍ଛ ଏବଂ ପାରଦର୍ଶି ଭୋଟ୍‌ ଗ୍ରହଣ ର ବାର୍ତ୍ତା ଦେବା ର ପ୍ରୟାସ କରିଛନ୍ତି ଯୁବ ଇଞ୍ଜିନିୟର ଆଶିଷ ମାହାଣା। ଏଠାରେ ସୂଚନା ଯୋଗ୍ଯ ଯେ ବୈଶ୍ୱିକ ମହାମାରୀ କରୋନା କଟକଣା ସମୟରେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ଓ ସେବା ପ୍ରଦାନ ପାଇଁ ଆକ୍ରାନ୍ତ ବ୍ୟକ୍ତିର ପାଖ କୁ ନଯାଇ ଦୂରରୁ ସେବା ପ୍ରଦାନ କରା ଯାଉଥିବା ବେଳେ ଶ୍ରୀ ମହାଣା ରୋବୋଟିକ୍ ନର୍ସ ତିଆରି କରି ଚହଳ ସୃଷ୍ଟି କରିଥିଲେ।