Odiapua.com

ନୁସରତଙ୍କ ଟିକଟକ ଭିଡିଓ ଭାଇରାଲ

ମୁମ୍ବାଇ,୦୮/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ତୃଣମୂଳ କଂଗ୍ରେସ ସାଂସଦ ତଥା ବଙ୍ଗାଳି ଅଭିନେତ୍ରୀ ନୁସରତ ଜହାଁ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାଆନ୍ତି। ଫେସବୁକ୍‌, ଟୁଇଟର, ଇନଷ୍ଟାଗ୍ରାମ୍‌ ଏବଂ ଟିକ୍‌ ଟକ୍‌ ଭଳି ପ୍ଲାଟଫର୍ମରେ ସେ ଲୋକଙ୍କ ସହିତ ଯୋଡ଼ି ହୋଇ ରୁହନ୍ତି। ପ୍ରଥମେ ସେ ଅଭିନେତ୍ରୀରୁ ଏବେ ସାଂସଦ ହୋଇଛନ୍ତି।

କିଛି ଦିନ ପୂର୍ବରୁ ନୁସରତ ହନିମୁନ୍‌ ଫଟୋ ସେୟାର କରିଥିଲେ, ଯାହାକି ଲୋକମାନଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏବେ ତାଙ୍କ ନୂଆ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ସେ ସଲମାନ୍‌ ଖାନଙ୍କ ଫିଲ୍ମ ‘ଦବଙ୍ଗ’ର ‘ଦଗାବାଜ ରେ…’ ଗୀତ ଗାଇ ଫରଫମ୍‌ କରୁଥିବାର ନଜର ଆସିଛନ୍ତି।

ଭିଡିଓରେ ଦେଖାଯାଇଛି କି, ନୁସରତ ମେକଅପ୍‌ ରୁମରେ ବସିଛନ୍ତି ଏବଂ ମେକଅପ୍‌ ଆର୍ଟିଷ୍ଟ୍‍ ତାଙ୍କର ମେକଅପ୍‌ କରୁଛନ୍ତି। ସେଠି ନୁସରତ ମୋବାଇଲରେ ଟିକ୍‌ ଟକ୍‌ ଭିଡିଓ ବନାଉଛନ୍ତି। ଏହି ସମୟରେ ପଛରେ ଛିଡ଼ା ହୋଇଥିବା ଲୋକ ମଧ୍ୟ ନଜର ଆସୁଛନ୍ତି। ସେ ଶାଢ଼ି ପିନ୍ଧିଛନ୍ତି ଏବଂ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।