Odiapua.com

ନୁତନ ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

ମାଲକାନଗିରି,୧୨ା୩(ଓଡିଆ ପୁଅ) ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପଦବି ବହୁବର୍ଷଧରି ଖାଲିପଡିଥିଲା । ତହସିଲଦାର ଡ.ଗୁଣନିଧି ନାୟକ ଜିଲ୍ଲାସୁଚନା ଲୋକସଂପର୍କ ପଦବିର ଅତିରିକ୍ତ ଦାଇତ୍ୱ ତୁଲାଉଥିଲେ । ଆଜି ଜିଲ୍ଲାସୂଚନା ଲୋସଂପର୍କ ପଦବିର ସ୍ଥାୟୀ ଅଧିକାରୀ ଭାବେ ଦିଲିପ କୁମା ସାମନ୍ତରାୟ ଯୋଗଦେଇ ତହସିଲଦାର ଡ. ଗୁଣନିଧି ନାୟକ ଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି । ନୂତନ ଅଧିକାରୀ ଶ୍ରୀ ସାମନ୍ତାରାୟ ଏହା ପୁବ ର୍ରୁ ସମ୍ବଲପୁର ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ଭାବେ ୨୦୧୫ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ସଫଳତାର ସହିତ କାର୍ଯ୍ୟକରି ଦାଇତ୍ୱ ନିର୍ବାହ କରିଆସୁଥିଲେ ।ଶ୍ରୀ ସାମନ୍ତରାୟ ବରଗଡ,ବାଲେଶ୍ୱର,ଅନୁଗୁଳୁ,କଟକ,ଢେଙ୍କାନାଳ ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ଭାବେ କାର୍ଯ୍ୟକରି ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରୀୟଭାଜନ ହୋଇପାରିଥିଲେ । ମାଲକାନଗିରି ଜିଲ୍ଲାର ନୂତନ ସୂଚନା ଲୋକସଂପର୍କ ସ୍ଥାୟୀ ଅଧିକାରୀ ଶ୍ରୀ ସାମନ୍ତରାୟ ଯୋଗଦେବା ପରେ ବିଭାଗୀୟ କର୍ମାଚାରୀ ଓ ମାଲକାନଗିରି ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଦନା ଜଣାଇଛନ୍ତି ।