Odiapua.com

ନୁତନ କୋଭିଡ ନିୟମ ଲାଗୁ,ବିବାହ ଓ ମାଙ୍ଗଳିକ କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଦଲୋକ ଯୋଗଦେଇ ପାରିବେ ନାହିଁ

ମାଲକାନଗିରି,୧୦ା୧୧(ଓଡିଆ ପୁଅ ) କୋଭିଡ କଟକଣାକୁ ନେଇ ଆଜି ମାଲକାନଗିରି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ନୂତନ ନିୟମ ଲାଗୁକରିଛନ୍ତି । କରୋନା ମହାମାରି ପାଇଁ ବିବାହ ଓ ମାଙ୍ଗଳିକ କାର୍ଯ୍ୟକ୍ରମରେ ୧୦୦ରୁ ଉର୍ଦ୍ଦଲୋକ ଯୋଗ ଦେଇପାରିବେ ନାହିଁ ,କୌଣସି ସ୍ଥାନରେ ଯଦି ୧୦୦ରୁ ଉର୍ଦ୍ଦଲୋକ ଉପସ୍ଥିତ ରହିବାର ଜଣାପଡିଲେ ଆୟୋଜକ ଙ୍କ ପ୍ରତି କୋଭିଡ ନିୟମ ଉଲଙ୍ଘନ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଏକ ପ୍ରେସନୋଟ ମାଧ୍ୟମରେ ଜଣାଇଛନ୍ତି । ପୁବ ର୍ରୁ ବିବାହ ଓ ମାଙ୍ଗଳିକ କାର୍ଯ୍ୟାକ୍ରମରେ ୫୦ଜଣ ଓ ସୁଦ୍ଧିକର୍ମରେ ୨୦ଜଣ ଲେଖା ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଥିଲା । ଗତ କିଛି ଦିନହେଲା କରୋନା ସଂକ୍ରମଣ ଜିଲ୍ଲାରେ ହ୍ରାସପାଉଥିବାରୁ ଏହି କଟକଣାକୁ ଉଠାଇ ଦିଆ ଯାଇ ବିବାହରେ ୧୦୦ ଲୋକ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ରହିଛି ।