Odiapua.com

ନିୟମ ଉଲ୍ଲଘଂନ କଲେ ଗଣିବେ ଦ୍ଵିଗୁଣ ଜରିମାନା

ନୂଆଦିଲ୍ଲୀ,୦୭/୦୯,(ଓଡ଼ିଆ ପୁଅ ପି ନାଏକ): ଟ୍ରାଫିକ ନିୟମକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଚାଲିଛି। ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନୂଆ ଟ୍ରାଫିକ୍ ନିୟମରେ ସାଧାରଣ ଓ ମଧ୍ୟବିତ୍ତ ଲୋକ ଅଣନିଃଶ୍ବାସି ହୋଇ ସାରିଲେଣି। ଏପରିକି ଗାଡ଼ି ଦାମଠାରୁ ଅଧିକ ଚାଲାଣ ଯାତ୍ରୀଙ୍କଠାରୁ କଟାଯାଉଛି। ଟ୍ରାଫିକ ନିୟମ ଉଲଂଘନ କଲେ ଗାଡି ଚାଳକଙ୍କଠାରୁ ମୋଟା ଅଙ୍କର ଚାଲାଣ କଟାଯାଉଛି। ଏଥିପାଇଁ ୨୩ ହଜାର ଟଙ୍କାଠାରୁ ୫୯ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟାଯାଉଛି। ହେଲେ ସାଧାରଣ ଲୋକଙ୍କ ମନରେ ଗୋଟେ ପ୍ରଶ୍ନ ଉଙ୍କି ମାରୁଛି। ଯଦି ଟ୍ରାଫିକ୍ ପୋଲିସ ନିୟମ ଉଲଂଘନ କରନ୍ତି ତେବେ ସେମାନେ ପାଇଁ କେତେ ଟଙ୍କାର ଚାଲାଣ କଟାଯିବ? ଏଥିପାଇଁ  ଦିଲ୍ଲୀ ଟ୍ରାଫିକ୍ ପୋଲିସ ଏକ ଆଡଭାଇଜରି ଜାରି କରିଛି।

ଦିଲ୍ଲୀ ଟ୍ରାଫିକ ପୋଲିସ ଏକ ଆଡଭାଇଜରି ଜାରି କରିଛନ୍ତି। ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ, ପୋଲିସ କର୍ମଚାରୀମାନେ ଟ୍ରାଫିକ ନିୟମ ଉଂଲଘନ କରନ୍ତି ତେବେ ସେମାନେ ଦୁଇଥର ଜରିମାନା ଦେବେ। ସେମାନଙ୍କ ପାଇଁ ଦୁଇଥର ଚାଲାଣ କଟାଯିବ। ଟ୍ରାଫିକ୍‌ ପୋଲିସମାନେ ଦୁଇଥର ତଣ୍ଡ ଗଣିବେ।

ସିଧା କଥାରେ କହିବା ଯଦି ସାଧାରଣ ଗାଡି ଚାଳକ ବିନା ହେଲମେଟ୍‌ ଗାଡି ଚଳାଇଲେ ତାଙ୍କଠାରୁ ୧୦୦୦ ଟଙ୍କାର ଚାଲାଣ କଟାଯିବ। ତେବେ ବିନା ହେଲମେଟ୍‌ରେ ଟ୍ରାଫିକ ପୋଲିସ ଧରା ପଡ଼ିଲେ ତାଙ୍କଠାରୁ ୨୦୦୦ ହଜାର ଟଙ୍କାର ଚାଲାଣ କଟାଯିବ। ଟ୍ରାଫିକ୍ ପୋଲିସ ନିୟମ ଉଲଂଘନ କଲେ ମୋଟର ଭେହିକିଲ ଆକ୍ଟରେ ତାଙ୍କଠାରୁ ଦୁଇଗୁଣ ଫାଇନ ଆଦାୟ କରାଯିବ ବୋଲି ବୋଲି ଦିଲ୍ଲୀ ଟ୍ରାଫିକ୍‌ ପୋଲିସ ନୂଆ ଆଡଭାଇଜରି ଜାରି କରିଛନ୍ତି।