Odiapua.com

ନିୟମିତ ଖାଉଟି ସାମଗ୍ରୀ ମିଳୁ ନଥିବାରୁ ସାଧାରଣରେ ଅସନ୍ତୋଷ

ଜଗତସିଂହପୁର, ୧୭ା୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ରୋହିଆ ଗ୍ରାପଞ୍ଚାୟତର ସରକାରଙ୍କ ଖାଉଟି ସାମଗ୍ରୀ ଆଜକୁ ୩ମାସ ହେବ ପାଇନଥିବା ନେଇ ଅସନ୍ତୋଷ ଦେଖାଦେଇଛି। ପ୍ରକାଶଥାଉକି ଦିର୍ଘ ୧୦ବର୍ଷ ହେବ ରୋହିଆ ଗ୍ରାମ ପଞ୍ଚାୟତରେ ସରକାରଙ୍କ ପି.ଡି.ଏସ ସାମଗ୍ରୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ବଣ୍ଟନ ଦାୟୀତ୍ୱ ନେଇଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ବର୍ତ୍ତମାନ ଶାସକ ଦଳର କିଛି ମୁଷ୍ଟିମେୟ ନେତାଙ୍କ ଇଙ୍ଗିତରେ ୩ମାସ ହେବ ହିତାଧିକାରୀ ମାନେ ଖାଦ୍ୟସୁରକ୍ଷା ଯୋଜନାରେ ମିଳୁଥିବା ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି। ବତ୍ତମାନ କୌଣସି ସୂତ୍ରରୁ ହିତାଧିକାରୀ ମାନେ ସୂଚନା ପାଇଛନ୍ତି କି ଦିର୍ଘ ୧୪କିଲୋମିଟର ବାଟରେ ଏକ ସ୍ୱୟଂସହାୟକ ଗୋଷ୍ଠି ମାଧ୍ୟମରେ ଏହି ପିଡିଏସ ସାମଗ୍ରୀ ବଣ୍ଟନ କରାଯାଉଛି। ଏହି ୧୪କିଲୋମିଟର ଦୂରରୁ ହିତାଧିକାରୀ ସାମଗ୍ରୀ ଆଣିବା ଏକପ୍ରକାର କଷ୍ଟସାଧ୍ୟ ବ୍ୟାପର।ଏହି ୧୪କିଲୋମିଟର ଯାଇ ସାମଗ୍ରୀ ଆଣିବାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହିତ ସ୍ଥାନୀୟ ବି.ଡି.ଓ, ଏମ.ଆଇ.ଙ୍କୁ ଅଭିଯୋଗ କଲାପରେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ହିତାଧିକାରୀ ମାନେ ପ୍ରକାଶ କରିଛନ୍ତ କି ଯଦି ଆମଗ୍ରାମପଞ୍ଚାୟତରେ ଖାଉଟି ସାମଗ୍ରୀ ନମିଳେ ଆଗାମୀ ଦିନରେ ଆନ୍ଦୋଳନ କରିବୁ ବୋଲି କହିଛନ୍ତି। ଏସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ କୌଣସି ଅଭିଯୋଗ ମୁଁ ପାଇନାହିଁ।