Odiapua.com

ନିୟନ୍ତ୍ରଣ ହେଉନି ଜନଗହଳି, ବେଗୁନିଆପଡ଼ା ବଜାରରେବ୍ୟାପକ ଭିଡ, ହୋଇପାରେ କି ସଟଡାଉନ୍

କୋଦଳା ୨୬-୬ (ଓଡ଼ିଆ ପୁଅ/ସୁଶାନ୍ତ ପଟ୍ଟନାୟକ) ଗଂଜାମ ଜିଲ୍ଲାରେ କରୋନା ସଂକ୍ରମଣ ବ୍ଯାପିବାରେ ଲାଗିଛି।ଜିଲ୍ଲାର ବିଭିନ୍ନ ବ୍ଲକରେ ପଜିଟିଭ୍ ସଂଖ୍ୟା ଏବେ ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି। ଜିଲ୍ଲାର ବେଗୁନିଆପଡ଼ା ବ୍ଲକରେ ଏବେ ପଜିଟିଭ୍ ସଂଖ୍ୟା ୧୮ ରେ ପହଞ୍ଚିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ଦେଖିବାକୁ ମିଳିଛି। ତେବେ ବେଗୁନିଆପଡ଼ା ମୁଖ୍ୟ ବଜାରରେ ଏବେ ଦୈନନ୍ଦିନ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି। ସକାଳ ୭ ଟାରୁ ୧୨ ମଧ୍ୟରେ ଦୋକାନ ବଜାର ଖୋଲା ରହୁଥିବା ବେଳେ ଦୋକାନ ଗୁଡିକରେ ଲୋକକଂ ପ୍ରବଳ ଗହଳି ଦେଖିବାକୁ ମିଳୁଛି।ସାମାଜିକ ଦୂରତା ଉଲଘଂନ କରି ଲୋକେ ବେଫିକର ଭାବେ ବୁଲୁଥିବା ବେଳେ ଦୋକାନ ଗୁଡିକ ମଧ୍ୟ ସମସ୍ତ ଗାଇଡ୍ ଲାଇନ୍ ଉଲଂଘନ କରି ବ୍ଯାପାର କରୁଛନ୍ତି। ବଜାରରେ ଗାଡି ମୋଟର ଅଟୋ ରିକ୍ସା ଏତେ ପରିମାଣରେ ଯାତାୟତ କରୁଛି ଯେ ବିଭିନ୍ନ ସମୟରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଉପୁଜୁଛି। ପ୍ରଶାସନ ପକ୍ଷରୁ ଏଥିପାଇଁ ଧରପଗଡ଼ କରାଯାଉଛି ଏବଂ ପାଇନ୍ ଆଦାୟ କରାଯାଉଥିଲେ ସୁଧା କୌଣସି ଫରକ ଦେଖିବାକୁ ମିଳୁନି। ବ୍ଲକରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି ଏବଂ ଆଖପାଖ ଅଞ୍ଚଳର କିଛି ବ୍ଯବସାୟୀ ମାନଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ଠାରୁ ଏଠାକାର ବେପାରୀ ମାନେ ଆମଦାନୀ ରପ୍ତାନୀ କରୁଛନ୍ତି। ନିକଟସ୍ଥ ବ୍ଲକ କବିସୂର୍ଯ୍ୟନଗରରେ କିଛି ବ୍ଯବସାୟୀ ମାନଙ୍କୁ କରୋନା ସଂକ୍ରମଣ ହୋଇଥିବା ଜଣାପଡିଛି ଏବଂ ସେହି ଭୟ ଏବେ ବେଗୁନିଆପଡ଼ା ବଜାରରେ ଘାରିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ଠୋସ୍ ପଦକ୍ଷେପ ନ ନିଆଗଲେ ଆଗକୁ ବିପଦ ଘନେଇ ପାରେ ବୋଲି ଚର୍ଚ୍ଚା ହେଉଛି। ଆବଶ୍ୟକ ହେଲେ ବେଗୁନିଆପଡ଼ା ବଜାରକୁ କିଛି ଦିନ ପାଇଁ ସଟ୍ ଡାଉନ୍ କରାଯାଉ ବୋଲି ମଧ୍ୟ ମତ ପ୍ରକାଶ ପାଇଛି।