Odiapua.com

ନିହାରବାଳା ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ବସ୍ତିଆ ମେମୋରିଆଲ ଟ୍ରଷ୍ଟ

ରାଉରକେଲା ୯-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପୂର୍ବତନ ସମ୍ପାଦିକା ତଥା ବସ୍ତିଆ ମେମୋରିଆଲ ଟ୍ରଷ୍ଟ ଶୈକ୍ଷିକ ବିଭାଗର ଟ୍ରଷ୍ଟି ନିହାରବାଳା ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୋତ୍ସବ ସ୍ଥାନୀୟ ବସ୍ତିଆ ମେମୋରିଆଲ ଟ୍ରଷ୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି। ବସ୍ତିଆ ଆଇଟିଆଇ ଅଧ୍ୟକ୍ଷ ତଥା ଲାୟନ ଗୌତମ ମିଶ୍ରଙ୍କ ଅଧ୍ୟକ୍ଷତା ଓ ନିବେଦିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁ, ଲାୟନ ବଳରାମ ଦାଶ, ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ଝୁନୁ ନାୟକ, ମିନାକ୍ଷୀ ଧର, ଅଞ୍ଜଳୀ ଶତପଥୀ, ସ୍ମୃତିରଞ୍ଜନ ରାଉତ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତା ମିଶ୍ରଙ୍କ ଜୀବନୀ ଓ କାର୍ଯ୍ୟକଳାପ ସମ୍ପର୍କରେ ଆଲୋକପାତ କରିଥିଲେ। ନିହାରବାଳାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ କିପରି ଶୃଙ୍ଖଳିତ ତଥା ପ୍ରତ୍ୟେକ କ୍ଷେତ୍ରରେ ନିଜର ସର୍ଜନାତ୍ମକ ଶୈଳୀ ଯୋଗୁ ସ୍ୱତନ୍ତ୍ର ପରିଚୟ ପାଇପାରିଥିଲେ ସେ ଉପରେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ, ସ୍ୱର୍ଗତା ମିଶ୍ର ପୂର୍ବତନ ଆର୍ ଏସ୍ ପି ମହାପ୍ରବନ୍ଧକ ତତା ବସ୍ତିଆ ମେମୋରିଆଲ ଟ୍ରଷ୍ଟ ଅଧ୍ୟକ୍ଷ ହେମନ୍ତ ମିଶ୍ରଙ୍କ ସହଧର୍ମିଣୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡା.ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ କନ୍ୟା ଓ ଖ୍ୟାତନାମା କବିରାଜ ଲକ୍ଷ୍ମଣ ମିଶ୍ରଙ୍କ ବୋହୂ ଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାକୁ ବସ୍ତିଆ ମେମୋରିଆଲ ଟ୍ରଷ୍ଟର ମନମୋହନ ରଥ, ମନୋଜ କର, ଦେବେନ୍ଦ୍ର ମିଶ୍ର, ବାଉରୀବନ୍ଧୁ ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ବହୁ ସଂଖ୍ୟାରେ ସାଧାରଣ ଲୋକେ ଉପସ୍ଥିତ ଥିବାବେଳେ ନୟନେନ୍ଦୁ ମିଶ୍ର ଧନ୍ୟବାଦ ଦେଇଥିଲେ।