Odiapua.com

ନିଶାସକ୍ତ ସ୍ୱାମୀର ବର୍ବର କାଣ୍ଡ

ବାଲେଶ୍ଵର,୨୨/୧୦,(ଓଡ଼ିଆ ପୁଅ ପି ନାୟକ): ବାଲେଶ୍ଵର ଜିଲ୍ଲା ନୀଳଗିରି ରେ ଜଣେ ସ୍ବାମୀର ବର୍ବର କାଣ୍ଡ ଦେଖିବାକୁ ମିଳିଛି । ତେବେ ପୋଲିସର ସୂଚନା ଅନୁଯାୟୀ, ଗୋପୀନାଥପୁର ରେ ବାସ କରୁଥିବା ପୂର୍ଣ୍ଣ ଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ସୁକାନ୍ତିଙ୍କ ମଧ୍ୟରେ କିଛି ପାରିବାରିକ କଳହ ହୋଇଥିଲା । ପରେ ସ୍ବାମୀ ପୂର୍ଣ୍ଣ ଚନ୍ଦ୍ର ନିଜ ସ୍ତ୍ରୀକୁ ଏହି କାରଣ ପାଇଁ ପିଟି ପିଟି ମାରିଦେଲେ । ପରେ ନିଜେ ଯାଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ମଧ୍ୟ ସୂଚନା ମିଳିଛି ।