Odiapua.com

ନିଶାରେ ମତୁଆଲା ହୋଇ ଡାବୁଗାଁ ଅଞ୍ଚଳର ଯୁବତୀଙ୍କୁ ଅସଦାଚରଣ କଲେ ଡାକ୍ତର : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ଘଟଣା

ନବରଙ୍ଗପୁର ୭-୧୧: (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ଡାକ୍ତରଙ୍କୁ ଭଗବାନଙ୍କ ଦ୍ଵିତୀୟ ରୂପ ବୋଲି ବିବେଚନା କରାଯାଏ। କିନ୍ତୁ ଜଣେ ଡାକ୍ତର ନିଶାରେ ମତୁଆଲା ହୋଇ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ସେଠିକାର ଦାନ୍ତ ଡାକ୍ତରଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଗତକାଲି ଚିକିତ୍ସା ବାହାନାରେ ଯୁବତୀର ପ୍ରାଇଭେଟ ପାର୍ଟକୁ ଜାଣତରେ, ଡାକ୍ତର ଛୁଇଁ ଥିବା ଅଭିଯୋଗ କରି ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି ଯୁବତୀ।

ଯାହାକୁ ନେଇ ନବରଙ୍ଗପୁର ପୋଲିସ ତଦନ୍ତ କରି ପ୍ରାୟ ୬ ଘଣ୍ଟା କାଳ ଉକ୍ତ ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ନୋଟିସ ଦେଇ ଛାଡ଼ିଥିବା ସହ ଆଜି ପୁଣି ଥାନାରେ ହାଜର ହେବାକୁ ନୋଟିସ ଦିଆଯାଇଥିବା ସୂଚନା ମିଳିଛି। ଡାବୁଗାଁ ଥାନା ଅଧିନସ୍ଥ ଖଲିଗୁଡା ଗ୍ରାମର ଜୈନିକା ଯୁବତୀ ଜଣକ ଗତକାଲି ନିଜର ଦାନ୍ତ ବଥା ପାଇଁ ବିଭିନ୍ନ ଟେଷ୍ଟିଙ୍ଗ ରିପୋର୍ଟ ନେଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆସି ଦାନ୍ତ ଡାକ୍ତର ସମ୍ବିତ ସାଡ଼ବାଲକୁ ଦେଖାଇଥିଲେ। ଡାକ୍ତର ସମ୍ବିତ ଡ୍ୟୁଟି ସମୟରେ ମଦ ପିଇ ହସ୍ପିଟାଲରେ ଥିବାବେଳେ ଚିକିତ୍ସା ବାହାନାରେ ଯୁବତୀଙ୍କ ପ୍ରାଇଭେଟ ପାର୍ଟକୁ ଛୁଇଁବା ସହ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ। ଯାହାକୁ ଯୁବତୀ ଜଣକ ବିରୋଧ କରି ମେଡିକାଲ ବାହାରକୁ ଆସି ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ଯୁବତୀଙ୍କ ପରିବାର ଲୋକେ ମେଡିକାଲକୁ ଆସିଥିବା ଦେଖି ଡାକ୍ତର ସମ୍ବିତ ନିଜ ଚାମ୍ବରରେ ତାଲା ପକାଇ ଛୁ ମାରିଥିଲେ। ଫଳରେ ଯୁବତୀ ଓ ତାର ପରିବାର ଲୋକ ନବରଙ୍ଗପୁର ଥାନାରେ ଆସି ଲିଖିତ ଅଭିଯୋଗ କରିବା ସହ ନ୍ୟାୟ କରିବା ସହ ଡାକ୍ତରଙ୍କୁ ଶାସ୍ତି ଦେବା ପାଇଁ ଦାବି କରିଛନ୍ତି।

ଯଦି ଯୁବତୀଙ୍କ ଦାବି ପୁରାଣ କରାନଯାଏ, ତାହେଲେ ପୀଡିତା ଆତ୍ମହତ୍ୟା କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ଏଭଳି କାଣ୍ଡ ଭିଆଇ ମେଡିକାଲ ବାହାରକୁ ପଳାଇଥିବା ଡାକ୍ତରକୁ ପୋଲିସ ଥାନାକୁ ଡକାଇ ୬ ଘଣ୍ଟା କାଳ ପଚରାଉଚରା କଲା ପରେ ଆଜି ହାଜର ହେବାକୁ ନୋଟିସ ଦେଇ ଛାଡିଦେଇଛି। ଆଜି ପୁଣି ଡାକ୍ତର ଥାନାକୁ ଆସିଲା ପରେ ଅଧିକା ତଦନ୍ତ କରାଯାଇ ସଠିକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।