Odiapua.com

ନିଶାମୁକ୍ତ ଭାରତ ଅଭିଯାନ-୨୦୨୬, ଭଦ୍ରକରେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା, ୨୩ ଜୁଲାଇ ସୁଦ୍ଧା ପଞ୍ଜୀକରଣ ଆହ୍ୱାନ

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯୁବସମାଜକୁ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ଏବଂ ନିଶାମୁକ୍ତ, ସୁସ୍ଥ ଓ ସଶକ୍ତ ଭାରତ ଗଠନ ଲକ୍ଷ୍ୟରେ “ନିଶାମୁକ୍ତ ଭାରତ ଅଭିଯାନ-୨୦୨୬” ଅନ୍ତର୍ଗତ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାର ଆୟୋଜନ କରାଯାଉଛି। କଳା, ସାହିତ୍ୟ ଓ ସୃଜନଶୀଳତା ମାଧ୍ୟମରେ ନିଶାମୁକ୍ତ ସମାଜ ଗଠନର ବାର୍ତା ପ୍ରସାର କରିବା ସହ ଯୁବବର୍ଗଙ୍କ ପ୍ରତିଭା ବିକାଶକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ଆସନ୍ତା ୨୬ ଓ ୨୭ ଜୁଲାଇ ୨୦୨୬ ତାରିଖରେ ଆୟୋଜିତ ହେବାକୁ ଥିବା ଏହି ସାଂସ୍କୃତିକ ମହୋତ୍ସବରେ ୧୫ରୁ ୨୯ ବର୍ଷ ବୟସର ଯୁବକ ଓ ଯୁବତୀମାନେ ଅଂଶଗ୍ରହଣ କରିପାରିବେ। ଏହି ଅବସରରେ ସଙ୍ଗୀତ, ନୃତ୍ୟ, ସ୍ଲାମ୍ ପୋଏଟ୍ରି/କବିତା ଆବୃତି, ଚିତ୍ରାଙ୍କନ, ରୀଲ୍ ନିର୍ମାଣ, ତର୍କ/ବକ୍ତୃତା, ସ୍ଲୋଗାନ୍ ଲିଖନ ଏବଂ ପଥପ୍ରାନ୍ତ ନାଟକ (ନୁକ୍କଡ଼ ନାଟକ) ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତ୍ୟେକ ପ୍ରତିଯୋଗିତାର ବିଷୟବସ୍ତୁ ନିଶା ନିବାରଣ, ସାମାଜିକ ସଚେତନତା, ସୁସ୍ଥ ଜୀବନଶୈଳୀ ଏବଂ ଜାତୀୟ ଏକତା ଉପରେ ଆଧାରିତ ରହିବ। ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଇଚ୍ଛୁକ ପ୍ରତିଯୋଗୀମାନଙ୍କୁ ୨୩ ଜୁଲାଇ ୨୦୨୬ ସୁଦ୍ଧା ଅନଲାଇନ୍‌ରେ ପଞ୍ଜୀକରଣ କରିବାକୁ ଅନୁରୋଧ କରାଯାଇଛି। ପଞ୍ଜୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟର ସରକାରୀ ପୋର୍ଟାଲ ଜ୍ଞଚ୍ଚଭଷବକ୍ସବଗ୍ଧ.ଶକ୍ଟଙ୍ଖ.ସଦ୍ଭ ପରିଦର୍ଶନ କରିପାରିବେ। ଅଧିକ ସୂଚନା ପାଇଁ ୯୬୩୩୯୯୮୫୮୬ ନମ୍ବରରେ କିମ୍ବା ଜ୍ଞଚ୍ଚଭଷବକ୍ସବଗ୍ଧଭଷବୟକ୍ସବଳଅଶଜ୍ଞବସକ୍ଷ.ମକ୍ଟଜ୍ଞ ଇ-ମେଲ୍ ମାଧ୍ୟମରେ ଯୋଗାଯୋଗ କରାଯାଇପାରିବ। ନିଶାମୁକ୍ତ ସମାଜ ଗଠନ ଦିଗରେ ଏହି ଜନସଚେତନତାମୂଳକ ପଦକ୍ଷେପରେ ଭଦ୍ରକ ଜିଲ୍ଲାର ଅଧିକରୁ ଅଧିକ ଯୁବକ ଓ ଯୁବତୀଙ୍କୁ ଉତ୍ସାହର ସହ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ଆହ୍ୱାନ କରାଯାଇଛି।