ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ବଡ଼ ମହିଁଷଗୋଠ ଗ୍ରାମର ମହିଳା ମାନେ ନିଶା ମୁକ୍ତ ପାଇଁ ଅଂଟା ଭିଡ଼ିଛନ୍ତି। ତିନିଦିନ ପୂର୍ବେ ଗ୍ରାମର ପୁରୁଷ ମାନେ ଡ଼େଙ୍ଗୁରା ବଜାଇ ମାଦକ ଦ୍ରବ୍ୟ ଓ ନିଶା କାରବାର ବନ୍ଦ ପାଇଁ ଲୋକମାନଙ୍କୁ ସଚେତନ କରିଥିବା ବେଳେ ଏଥିରେ ସଂପୃକ୍ତ କିମ୍ବା ନିଶା ଖାଇଲେ ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବା ନେଇ ତାଗିତ କରାଯାଇଥିଲା। ଗ୍ରାମର ମା ମଙ୍ଗଳା ମାତୃ ଶକ୍ତି ସଂଗଠନ ପକ୍ଷରୁ ଶତାଧିକ ମହିଲା ଏକତ୍ରୀତ ହୋଇ ଆଗାମି ଦିନରେ ନିଶାମୁକ୍ତ ପାଇଁ ବ୍ୟାପକ ଆନ୍ଦଳୋନ ପାଇଁ ଡ଼ାକର ଦେଇଥିଲେ। ସ୍ଥାନୀୟ ସମୀତି ସଭ୍ୟ ପଦ୍ମ୍ୱାବତୀ ନାଥ ଶର୍ମା ,ଶାନ୍ତିଲତା ଦୁବେ, ସନ୍ଧ୍ୟାରାଣୀ ଜେନା, ଜୋସ୍ନାରାଣୀ ନାଥ, କମଳୀନି ଜେନା, ୱାର୍ଡ଼ ସଭ୍ୟ ଉଷାବତୀ ରାଉଳ ପ୍ରମୁଖ ଏହି ଅଭିଯାନର ସଫଳତା ନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସଂପୃକ୍ତ ଗ୍ରାମର ଲୋକଙ୍କ ଏହି ପ୍ରୟାସକୁ ବିଭିନ୍ନ ଅଡ଼ୁ ପ୍ରଂଶସା କରାଯାଇଛି।