Odiapua.com

ନିଶାମୁକ୍ତ ଓ ହିଂସାମୁକ୍ତ ନାରାଦେଇ ଏକତ୍ରିତ ହେଲେ ମା ଘର ଶତାଧିକ ମହିଳା

ମାଲକାନଗିରି,୨୭ା୮ (ଓଡିଆ ପୁଅ ) ନିଶାମୁକ୍ତ ଓ ହିଂସାମୁକ୍ତ ନାରା ଦେଇ ଆଦିବାସୀ ଅଧ୍ୟୁଷିତ ମଓପ୍ରବଣ ମାଲକାନଗିରି ରେ ଏକତ୍ରୀତ ହୋଇଛନ୍ତି ମା ଘର ଶାନ୍ତୀସେନାର ଶତାଧିକ ମହିଳା । ସ୍ଥାନୀୟ ନଗର ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ କର୍ମଶାଳା ଓ ମାଲକାନଗିରି ମା ଘର ଶାଖାର ୪ର୍ଥବାର୍ଷିକ ଉତ୍ସବ ଅବସର ରେ ମା ଘର ଫାଉଣ୍ଡେସନ ରାଜ୍ୟ ଅଧ୍ୟକ୍ଷା ବିଶିଷ୍ଟ ସମାଜସେବୀ ଶ୍ରୀମତୀ ରୁତୁପର୍ଣ୍ଣା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ସମ୍ମାନିତ ଅତିଥି ଭାବେ ବିଡିଓ ତଥା ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଡ.ଗୁଣନିଧି ନାୟକ,ଡିଏସପି ଚିନ୍ମୟ ନାୟକ,ପୁର୍ବତନ ଜିଲ୍ଲପରିଷଦ ଅଧ୍ୟକ୍ଷା ପଦ୍ମିନୀମୁଦୁଲି,ପୁର୍ବତନ ପୌରପରିଷଦ ଅଧ୍ୟକ୍ଷା ରୋଜଓନ୍ତ କୌର,ପ୍ରଭାକର ହନ୍ତାଳ,ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ,ଗୋପି ପଟନାୟକ,ମୁରଲି ଧର ବରାଡ,ଓମଶାନ୍ତୀ ପରିଚାଳିକା ଜୟନ୍ତୀ ଭଉଣୀ ,ନବରଙ୍ଗପୁର,କୋରାପୁଟ ମା ଘରର ସଭାନେତ୍ରୀ ପ୍ରମୁଖ ଯୋଗଦେଇ ସମାଜରେ କୁସଂସ୍କାର,ଅନ୍ଧବିଶ୍ୱସା, ଭୁଣହତ୍ୟା,ବାଲ୍ୟବିବାହ, ନାରୀ ନିର୍ଯ୍ୟାତନା,ଦୁସ୍କର୍ମ ଭଳି ଅପରାଧକୁ ମାଲକାନଗିରି ର ମା ଘର ଶାନ୍ତୀସେନା ର ମହିଳା ମାନେ ରୋକିବା ଦିଗରେ ସକ୍ଷମ ହୋଇପାରିଛନ୍ତି, ନାରୀ ଘରର ଶିରୀ,ନାରୀ ଜାଗିଲେ ଦେଶ ଜାଗିବ ବୋଲି କହିବାସହିତ ଆଗାମି ଦିନରେ ଜିଲ୍ଲାକୁ ନିଶାମୁକ୍ତ ଓ ହିଂସାମୁକ୍ତ କରିବା ପାଇଁ ଅଟାଂଭିଢିଥିବା ମା ଘର ମହିଳା ମାନଙ୍କୁ ମଚାଂଶିନ ଅତିଥି ମାନେ ଭୂୟସୀ ପ୍ରସଶାଂ କରିଥିଲେ । ରାଜ୍ୟ ମା ଘର ଫାଉଣ୍ଡେସନ ଅଧ୍ୟକ୍ଷା ରୁତୁପର୍ଣ୍ଣା ମହାନ୍ତି ସଭାପତି ଭାଷଣରେ କହିଥିଲେ ନାରୀ ପୁରୁଷ ସହସମକକ୍ଷ ହୋଇପାରିଛି,ମା ଘର ନାରୀ ସଂଗଠନ ନୁହେଁ ଏହା ଏକ ଆନ୍ଦୋଳନ,ରାଜ୍ୟର ୩୦ଟି ଜିଲ୍ଲାରେ ମା ଘର ଶାଖା ଖୋଲା ଯାଇ ନାରୀ ନିର୍ଯ୍ୟାତନା,ବଧୁହତ୍ୟା, ନିଶାନିବାରଣ, ବାଲ୍ୟବିବାହ,କୁସଂସ୍କର, ଅନ୍ଧବିଶ୍ୱାସ କୁ ରୋକିବା ଦିଗରେ ସହାୟକ ହୋଇପାରିଛି । ମାଲକାନଗିରି ମା ଘର ଶାନ୍ତୀ ସେନା ଅଧ୍ୟକ୍ଷା ପ୍ରଶାନ୍ତୀଲତା ବିଶୋୟୀ,ସମ୍ପାଦିକା ଦୁଲାଲି ଥଣ୍ଡର,ଉପଦେଷ୍ଟା ସର୍ବକୁମାର ବିଶୋୟୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ସଭା ପ୍ରାରମ୍ଭରେ ନଗର ଭବନଠାରେ ପ୍ରତିଷ୍ଟିତ ସହିଦ ଲକ୍ଷ୍ଣନାୟକ,ମହାତ୍ମାଗାନ୍ଧୀ ଆଦି ମହାପୁରଷଙ୍କ ପ୍ରତି ମୂର୍ତିରେ ଅତିଥି ମାନେ ପୁସ୍ପମାଲ୍ୟଅର୍ପଣ କରିଥିଲେ ।ସଭା ଶେଷରେ ନଗର ଭବନଠାରୁ ଏକ ବିରାଟ ଶୋଭା ଯାତ୍ରାରେ ଶତାଧିକ ମହିଳା ମାନେ ନିଶାମୁକ୍ତ ଓ ହିଂସାମୁକ୍ତ ମାଲକାନଗିରି  ନାରା ଦେଇ ସହରପରିକ୍ରମା କରିଥିଲେ । ଏହି ରାଜ୍ୟସ୍ତର କର୍ମଶାଳାରେ ମାଲକାନଗିରି, କାଲିମେଳା,ପଡିଆ, କୋରକୁଣ୍ଡା, ଖଇରପୁଟ,ମାଥିଲି,ଚିତ୍ରକୋଣ୍ଡା ସାତଟି ଯାକ ବ୍ଲକର ମା ଘର ଶାନ୍ତୀ ସେନା ଓ ଶତାଧିକ ମହିଳା ମାନେ ଯୋଗଦେଇଥିଲେ ।