Odiapua.com

ନିଶାବେପାରୀଙ୍କୁ ପୁଲିସ ଗିରଫ କଲା

ପୁରୀ, ୨୩/୮ (ଓଡ଼ିଆ ପୁଅ/ବିଡୟ ପଟ୍ଟନାୟକ) -ପୁରୀ ଜିଲା ନିମାପଡା ପୁଲିସ ଜଣେ ନିଶାବେପାରୀ ଙ୍କୁ ଗିରଫ କରିଛି। ସେହି ଥାନା ଅନ୍ତର୍ଗତ ଖେଦରପୁର ଗ୍ରାମ ର ଗିରଫ କୃପାସିନ୍ଧୁ ଭୋଇ ଙ୍କ ଠାରୁ ପୁଲିସ ୫ ଗ୍ରାମ ୬୮୦ ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଯାହରା ଆନୁମାନିକ ମୁଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂତ୍ର ରୁ ଜଣାଯାଇଛି। ପୁଲିସ କୃପାସିନ୍ଧୁ ଙ୍କୁ ୨୧ଏଏନଡିପିଏସ ଧାରାରେ ଗିରଫ କରି କୋଟ ଚାଲାଣ କରିଛି। କୃପାସିନ୍ଧୁ ଙ୍କ ଜାମିନ ନାମ ମଞୁର ହେବାରୁ କୃପାସିନ୍ଧୁ ଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି।