Odiapua.com

ନିଲମ୍ବିତ ହେଲେ କିଶନନଗର ଥାନା ଆଇଆଇସି ସସ୍ମିତା ରଣା

କଟକ, ୨୮/୬ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା କିଶନନଗର ଥାନରେ ଆତ୍ମାହୁତି ଉଦ୍ୟମ କରି ମୃତ୍ୟୁ ଵରଣ କରିଥିଵା ଗୁଣନିଧି ବିଷୋୟୀଙ୍କ ଘଟଣାର ୫ ଦିନ ପରେ ଦାୟିତ୍ଵ ଓ କର୍ତ୍ତବ୍ୟରେ ଅବହେଳା କରିଥିବା ଆଇଆଇସି ସସ୍ମିତା ରଣାଙ୍କୁ ଆଜି ମଙ୍ଗଳବାର ଡିଜିପି ଙ୍କ ଚିଠି ନ ୬୦୩ ଅନୁଯାଇ ନିଲମ୍ବିତ କରିଥିବା ଜଣାପଡିଛି। ଏହି ଘଟଣା ଜଣାପଡିଵା ପରେ ସମଗ୍ର ଥାନା ଅଞ୍ଚଳରେ ସନ୍ତୋଷ ପ୍ରକାଶ ପାଇଛି। ଏହି ବିବାଦୀୟ ଓ ଦୂର୍ନିତୀଗ୍ରସ୍ତ ଆଇଆଇସି ପ୍ରତି ହୋଇଥିଵା ଦଣ୍ଡବିଧାନ ପାଇଁ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଯେ, ଯୋଗଦେବା ଦିନ ଠାରୁ ସେ ବିଭିନ୍ନ କାର୍ଯ୍ୟ ପାଇଁ ବିବାଦୀୟ ହୋଇପଡିଥିଲା ଵେଳେ ଅନ୍ୟାନ୍ୟ ଥାନାଗୁଡ଼ିକରେ ମଧ୍ୟ ଵିଵାଦୀୟ ହୋଇ ଥିବା ଅଭିଯୋଗ ହେଉଥିଲା। ତାଙ୍କୁ ଗିରଫ ଓ ଚାକିରିରୁ ବହିଷ୍କାର ପାଇଁ ବିଭିନ୍ନ ସାମାଜିକ ଓ ରାଜନୈତିକ ସଂଗଠନ ପକ୍ଷରୁ ଦାଵି ହୋଇଆସୁଥିଲା।