Odiapua.com

ନିଲମ୍ବିତ ପ୍ରଧାନ ଶିକ୍ଷକଙ୍କ ପାଇଁ ୧୨ଜଣ ଛାତ୍ର ଛାତ୍ରୀ ଟିସି ପାଇବାରୁ ବଞ୍ଚିତ ହେଲେ

ମାଲକାନଗିରି, ୧ା୪ (ଓଡିଆ ପୁଅ) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷାପ୍ରତି ଅଧିକ ଗୁରୁତ୍ୱ ଦିଆଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ଏହାର ସୁଫଳ ପାଇପାରୁ ନାହାଁନ୍ତି ଆଦିବାସୀ ପିଲାମାନେ। ଶିକ୍ଷା ଅନୁଷ୍ଟାନରେ ଶିକ୍ଷକ ମାନଙ୍କ ମଧ୍ୟରେ ବାଦ ବିବାଦରେ ବଳି ପଡୁଛନ୍ତି ନିରିହ ଆଦିବାସୀ ଛାତ୍ରଛାତ୍ରୀମାନେ, ଏମିତି ଘଟଣା ଦେଖିବାକୁ ମିଳିଛି ଖଇରପୁଟ ବ୍ଲକସ୍ଥ ମାଡକାପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ। ଛାତ୍ରଛାତ୍ରୀମାନଙ୍କୁ ନିମ୍ନମାନର ଖାଦ୍ୟପେୟ ଦେବା, ବିଦ୍ୟାଳୟ ଓ ଛାତ୍ରବାସ ପରିଚାଳନାରେ ବିଭ୍ରାଟ ଯୋଗୁଁ ଛାତ୍ର ଛାତ୍ରୀ ମାନେ ବାରମ୍ବାର ହଷ୍ଟେଲ ଛାଡି ପଳାଇବାର ଅଭିଯୋଗ ହେବାରୁ ସେହି ବଦ୍ୟାଳୟର ପ୍ରଧାନଶିକ୍ଷକ ସହଦେବ ବେହେରାଙ୍କୁ ଗତ କିଛି ଦନତଳେ ଚାକିରିରୁ ନିଲମ୍ବିତ କରା ଯାଇଥିଲା। ସେ ନିଲମ୍ବିତ ହୋଇଥିଲେ ମଧ୍ୟ ବିଦ୍ୟାଳୟ ଆଲମିରା ଚାବିକାଠି କିମ୍ବା ବିଦ୍ୟାଳୟର କାଗଜ ପତ୍ର କିଛି ହସ୍ତାନ୍ତର କରିନଥିବାରୁ ପରୀକ୍ଷା ସରିବା ପରେ ଅନ୍ୟତ୍ର ପାଠପଢ଼ିବା ପାଇଁ ସେହି ବିଦ୍ୟାଳୟର ୧୨ଜଣ ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ଆଜି ଉକ୍ତବିଦ୍ୟାଳୟକୁ ଟିସି ପାଇଁ ଯାଇ ନିରାଶ ହୋଇ ଫେରିଛନ୍ତି, ଉକ୍ତବିଦ୍ୟାଳୟରେ ହଷ୍ଟେଲ ଦାଇତ୍ୱକୁ ନେଇ ଶିକ୍ଷକ ମାନଙ୍କ ମଧ୍ୟରେ ବାଦବିବାଦ ଲାଗିବା ଯୋଗୁଁ ନିଲମ୍ବିତ ପ୍ରଧାନ ଶିକ୍ଷକ ବିଦ୍ୟାଳୟର ଗଡରେଜ ଚାବି ଓ କାଗଜପତ୍ର ହସ୍ତାନ୍ତର ଏପର୍ଯ୍ୟନ୍ତ ହସ୍ତାନ୍ତର କରିନାହାଁନ୍ତି। ଏ ସଂପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଛାତ୍ର ଛାତ୍ରୀମାନଙ୍କ ଅଭିଭାବକମାନେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା, ମାଡକାପଦର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କେବଳ ପ୍ରଥମ ଶ୍ରେଣୀ ଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ହଷ୍ଟେଲ ରହିଛି। ଅନ୍ୟାନ୍ୟ ଶ୍ରେଣୀର ପିଲାମାନଙ୍କ ପାଇଁ ହଷ୍ଟେଲ ନଥିବାରୁ ଏଠାରେ ୫ମ ପାସ ହେଲା ପରେ ଗରିବ ଆଦିବାସୀ ପିଲାମାନେ ଅନ୍ୟତ୍ର ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ିଥାନ୍ତି। ତେଣୁ ଏହି ବିଦ୍ୟାଳୟର ୧୨ ଜଣ ୫ମ ଶ୍ରେଣୀର ଛାତ୍ରଛାତ୍ରୀ ସେମାନଙ୍କ ଟିସି ନେଇ ଅନ୍ୟତ୍ର ପାଠପଢିବା ପାଇଁ ଇଛା କରିଥିବାବେଳେ ନିଲମ୍ବିତ ପ୍ରଧାନ ଶିକ୍ଷକ, ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ପାଇଁ ସେମାନଙ୍କ ପାଠପଢାରେ ଡୋରି ବାନ୍ଧିବାକୁ ପଡିବ ବୋଲି ସେମାନଙ୍କ ଅଭିଭାବକ ମାନେ କହିଛନ୍ତି। ଆସନ୍ତା ୨ତାରିଖ ମଧ୍ୟରେ ପିଲାମାନଙ୍କ ଟିସି ଯଦି ଦିଆନ ଯାଏ ତା ହେଲେ ୩ତାରିଖରେ ଗ୍ରାମବାସୀ ଓ ଅଭିଭାବକ ମାନେ ଉକ୍ତବିଦ୍ୟାଳୟରେ ତାଲାପକାଇ ଆନ୍ଦୋଳନ କରିବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି। ଶିକ୍ଷାବିଭାଗର ବିଚିତ୍ର ନୀତି ଗୋଟିଏ ବିଦ୍ୟାଳୟ ପରିସରରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସବୁପ୍ରକାର ସୁବିଧା ପାଇ ମାଗଣାରେ ଛାତ୍ରବାସରେ ରହି ଖାଦ୍ୟ ପୋଷାକ, ବହିପତ୍ର ପାଇ ପାଠପଢୁଥିବା ବେଳେ ୬ଷ୍ଠ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଗରିବ ପିଲାମାନେ ନିଜ ଘରୁ ଦୂରଦୂରାନ୍ତରୁ ଆସି ବିଦ୍ୟାଳୟରେ ନ ଖାଇ ପାଠପଢିବା କେତେ ଦୂର ସମୁଚିନ, ଉନ୍ନୀତ ଉଚ୍ଚବିଦ୍ୟାଳୟ ଗୁଡିକରେ ଏହିପରି ଅବ୍ୟବସ୍ଥା ପାଇଁ ବିଦ୍ୟାଳୟ ଗୁଡିକରେ ଛାତ୍ର ଉପସ୍ଥାନ ଧିରେ ଧିରେ ହ୍ରାସ ହେବାକୁ ଲାଗିଛି।