Odiapua.com

ନିଲମ୍ବିତ କୋଟିପତି ଥାନାଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ବାଲେଶ୍ୱର, ୧ା୯(ଓଡ଼ିଆ ପୁଅ/ଅଭୟ ଦାସ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲରେ ନିଲମ୍ବିତ ଜଳେଶ୍ୱର ଥାନାଧିକାରୀ ଧନେଶ୍ୱର ସାହୁଙ୍କ ଘର ଉପରେ ଆଜି ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି। ଭୁବନେଶ୍ୱର ବାସଭବନ, କଟକ ନର୍ସିଂପୁରସ୍ଥିତ ପୈତୃକ ଗୃହ, କଟକ ବନ୍ଧଧୁଆସ୍ଥିତ ସମ୍ପର୍କୀୟଙ୍କ ଘର, ଜଳେଶ୍ୱରର ସରକାରୀ କ୍ୱାର୍ଟର୍ସ, ବାଲେଶ୍ୱର ଓ କଟକର ତାଙ୍କର ସହକାରୀଙ୍କ ଘର ସମେତ ୬ ଜାଗାରେ ଏହି ଚଢ଼ଉ କରାଯାଇଥିଲା। ବାଲେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ଏହି ଚଢ଼ଉରୁ ଅଭିଯୁକ୍ତ ଶ୍ରୀ ସାହୁଙ୍କର ୧କୋଟି ୧୧ ଲକ୍ଷ ୩୫ ହଜାର ୭୧୫ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଦୀର୍ଘଦିନ ଧରି ଜଳେଶ୍ୱର ଥାନା ଅଧିକାରୀ ଭାବେ ଅବସ୍ଥାପିତ ହୋଇ ଶ୍ରୀ ସାହୁ ଅନୈତିକ ଉପାୟରେ ଏହି ଅର୍ଥ ଆଦାୟ କରିଥିଲେ ବୋଳି ଭିଜିଲାନ୍ସ ବିଭାଗ ହୃଦବୋଧ କରିଛି। ବିଶେଷ କରି ତାଙ୍କର ପୃଷ୍ଠକୋଷକତାରେ ବାଲେଶ୍ୱର ସମେତ ସମଗ୍ର ରାଜ୍ୟରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଇଥିଲା।