Odiapua.com

ନିର୍ମାଣ ସରିଲାନି ଧନୁର୍ଜୟପୁର ସଂଗରୋଧ କେନ୍ଦ୍ର, ବାଙ୍ଗୋର ପଞ୍ଚାୟତରେ ରହିଲେ ଧନୁର୍ଜୟପୁର ପ୍ରବାସୀ

ହାଟଡିହି-୩୦/୫, ପ୍ରବାସୀ ଓଡିଆ ମାନଙ୍କ ପାଇଁ ପ୍ରତି ପଞ୍ଚାୟତରେ ସଂଗରୋଧ କେନ୍ଦ୍ରମାନ ନିର୍ମାଣ କରାଯିବା ସହ ସେହି ପଞ୍ଚାୟତର ପ୍ରବାସୀ ମାନେ ସଂଗରୋଧରେ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଧନୁର୍ଜୟପୁର ହାଇସ୍କୁଲରେ ସଂଗରୋଧ କେନ୍ଦ୍ର ସମ୍ପୁର୍ଣ୍ଣ ହୋଇ ନପାରିବାରୁ ଏବେ ଧନୁର୍ଜୟପୁରର ୨୧ଜଣ ପ୍ରବାସୀ ବାଙ୍ଗୋର ସରପଞ୍ଚଙ୍କ ସହଯୋଗ କ୍ରମେ ବାଙ୍ଗୋର ହାଇସ୍କୁଲରେ ଥିବା ସଂଗରୋଧ କେନ୍ଦ୍ରରେ ରଖାଯାଇଛି । ଧନୁର୍ଜୟପୁର ସଙ୍ଗରୋଧ କେନ୍ଦ୍ର ନିର୍ମାଣ ପାଇଁ ଅଣାଯାଉଥିବା କଞ୍ଚାମାଲକୁ ସୋସୋ ପୁଲିସ ଉଦ୍ଦେଶ୍ୟ ମୁଳକ ଭାବେ ଥାନାକୁ ନେଇ ଅଟକ ରଖିବା ଓ ଦୀର୍ଘ ୧୫ଦିନ ପରେ କୋର୍ଟକୁ ପଠାଇବା ଦ୍ୱାରା ଧନୁର୍ଜୟପୁର ସଂଗରୋଧ କେନ୍ଦ୍ର ନିର୍ମାଣ କାର୍ଯ୍ୟ ସରିଲାନି ବୋଲି ସରପଞ୍ଚ ଅନ୍ନପୁର୍ଣ୍ଣା ରାଉତ ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁଯାଇ ସଂଗରୋଧ କେନ୍ଦ୍ରର ଶୌଚାଳୟ ନିର୍ମାଣ ପାଇଁ ଚିପିସ ଅଣାଯାଉଥିବାବେଳେ ଗାଡିର ସବୁ କାଗଜପତ୍ର ଠିକ ଥିବାବେଳେ ପୁଲିସ ଚିପିସ ସହ ଗାଡିକୁ ଥାନାକୁ ନେଇଯାଇ ବେଆଇନି ଭାବେ ଅଟକ ରଖିଥିଲା । ଏପରିକି ଗାଡି ଜବଦ ହେବାର ୨୪ଘଣ୍ଟା ଭିତରେ ଗାଡିକୁ କୋର୍ଟ ଚାଲାଣ କରିବାର ନିୟମ ଥିବାବେଳେ ପୁଲିସ ତାହା ଜାଣିଶୁଣି କରି ନଥିଲା । ଆମେ ଆଇନର ଆଶ୍ରୟ ନେବାପରେ ଯାଇ ଗାଡିକୁ ୧୫ଦିନ ପରେ କୋର୍ଟ ଫରୱାର୍ଡ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏ ବାବଦରେ ଆମେ ବିଡିଓ, ତହସିଲଦାର, ଉପଜିଲ୍ଲାପାଳ, ଜିଲ୍ଲାପାଳ ଓ ୫-ଟି ସଚିବଙ୍କୁ ଜଣାଇଥିଲେବି କୌଣସି ପଦକ୍ଷେପ ନିଆଯାଇ ନଥିଲା । ଫଳରେ ସଂଗରୋଧ କେନ୍ଦ୍ର ନିର୍ମାଣ କାର୍ଯ୍ୟ ସରି ନଥିବାରୁ ଏବେ ପ୍ରବାସୀ ମାନଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ପଞ୍ଚାୟତରେ ୨୫୩ଜଣ ପ୍ରବାସୀ ଘରକୁ ଫେରିବାକୁ ଆବେଦନ କରିଥିବାବେଳେ ଏବେ ସୁଧା ୮୫ଜଣ ଫେରିଛନ୍ତି । ତନ୍ମଧ୍ୟରୁ ୬୪ଜଣଙ୍କୁ କୁଶଟିକିରି କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିବାବେଳେ ଆଉ ୨୧ଜଣଙ୍କୁ ନିକଟସ୍ଥ ବାଙ୍ଗୋର ପଞ୍ଚାୟତର କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଛୁ ବୋଲି କହିଛନ୍ତି । କେବଳ ପୁଲିସର ଆକ୍ରୋଶ ମୁଳକ କାର୍ଯ୍ୟ ଯୋଗୁଁ ଆମ ପଞ୍ଚାୟତକୁ ଆସୁଥିବା ପ୍ରବାସୀ ଓଡିଆମାନେ ହଇରାଣ ହେଉଛନ୍ତି ବୋଲି ସେ ଅଭିଯୋଗ କରିିଛନ୍ତି ।