Odiapua.com

ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ବନ୍ତ ବ୍ଲକ ପରିସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ ସଚିଦାନନ୍ଦ ଜେନାଙ୍କ ମଞ୍ଚ ପରିଚାଳନାରେ ମୁଖ୍ୟ ଅତିଥି ଭାଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗ ଦେଇ ଶ୍ରମିକ ମାନଙ୍କ ଅଗ୍ରଗତି ନେଇ ହୋଇଥିବା ବେଳେ ସେମାନଙ୍କ ବିନା ସମାଜ ଆଗେଇବା କଷ୍ଟ ସାଧ୍ୟ ବୋଲି କହିଥିଲେ । ଜିଲ୍ଲାରେ ଅନେକ ଅଯୋଗ୍ୟ ହିତାଧିକାରି ରହିଛନ୍ତି । ସେମାନଙ୍କୁ କାଟି ଯୋଗ୍ୟ ହିତାଧିକାରୀଙ୍କୁ ଯୋଡି଼ ପାରିିଲେ ସମାଜର ପରିବର୍ତ୍ତନ ଘଟି ଶ୍ରମିକ ମାନଙ୍କ କଲ୍ୟାଣ ହୋଇପାରିବ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ନିର୍ମାଣ ଶ୍ରମିକ ମାନଙ୍କ ବିଭିନ୍ନ ଯୋଜନା ଉପରେ କହିଥିଲେ । ଏହି ଅବସରରେ ସହକାରୀ ଶ୍ରମ ଅଧିକାରୀ ପ୍ରେମ ମଞ୍ଜରି ନାୟକଙ୍କ ମଞ୍ଚ ପରିଚାଳନାରେ ମୋଟ୍ ୩କୋଟି ୬୦ଲକ୍ଷ ୨ଶହ ଟଙ୍କାର ଅର୍ଥରାଶି ହିତାଧିକାରୀଙ୍କୁ ପ୍ରଦାନ ନେଇ ଘୋଷଣା କରାଯାଇଥିଲା । କାର୍ଯ୍ୟକ୍ରମକୁ ସହକାରୀ ଶ୍ରମ ଅଧିକାରୀ ରତ୍ନାକର ମଲ୍ଲିକ, ପ୍ରତ୍ୟୁଷ କୁମାର ବେହେରା, ଲୋକନାଥ ଦାସ, ନିବେଦିତା ସ୍ୱାଇଁ, କର୍ମଚାରୀ ସ୍ୱରୁପ କାନନ୍‌ଗୋ, ସୁରେନ୍ଦ୍ର ବିକ୍ରମ ଜେନା, ରୋଜାଲିନ ବାରିକ ପ୍ରମୁଖ ସହଯୋଗ କରିଥିଲେ ।