Odiapua.com

ନିର୍ମାଣ ଶ୍ରମିକ ସଂଘର ଜିଲ୍ଲା ପାଳ ଅଫିସ ଘେରାଉ

ପୁରୀ ୬-୧୦ (ଓଡ଼ିଆ ପୁଅ) ପୁରୀ ଜିଲ୍ଲା ମଣ୍ଡଳ ଶ୍ରମ ଆୟୁକ୍ତଙ୍କ ଅଫିସରେ ୱେଲଫାୟାର କୋର୍ଡ଼ିନେଟର ନିର୍ମାଣ ଶ୍ରମିକ କାର୍ଡ କରିବା, ବାର୍ଷିକ ଦେୟ କାଟିବା ସହାୟତା ପାଇଁ ଲାଞ୍ଚ ନେବା ଫଳରେ ପ୍ରକୃତ ହିତାଧିକାରୀ ତାର ପ୍ରାପ୍ୟ ପାଇବା ପାଇଁ ବର୍ଷ ବର୍ଷ ଅପେକ୍ଷା କରୁଛି। ତାଙ୍କ ପ୍ରତି ଅଫିସରମାନଙ୍କୁ ଅଙ୍କୁଶ ନାହିଁ। ଲେବର ଅଫିସରେ ଫାଇଲ ପତ୍ରର ସୁରକ୍ଷା ନାହିଁ କି କେହି ତାର ଉତ୍ତର ଦାୟୀ କେହି ନାହଁନ୍ତି। ୱେଲଫାୟାର ୨୦୧୫ରୁ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତିରେ ସମ୍ପୃକ୍ତି ଥାଇ ମଧ୍ୟ ଅଫିସର ମାନେ ତାକୁ ସୁରକ୍ଷା ଦିଅନ୍ତି। ସେମାନେ ଦସ୍ତଖତ ପାଇଁ ପଇସା ନିଅନ୍ତି। ପଇସା ନଦେଲେ ଫାଇଲ ଗାଏବ କରି ଦିଅନ୍ତି। କୋଭିଡ୍ ସହାୟତା ୧୫୦୦ ଟଙ୍କା ଅଦ୍ୟାବଧି କେତେକ ଶ୍ରମିକ ପାଇଲେ ନାହିଁ। ପଞ୍ଜି କରଣ, ପୁନଃ ପଞ୍ଜିକରଣ, ସହାୟତା ପାଇଁ ଦର ଖାସ୍ତ ଗ୍ରହଣ ହେଉନି। ଦୁଇ ବର୍ଷ ହେଲା ଛାତ୍ର ବୃତ୍ତି, କନ୍ୟା ବିବାହ, ମୃତ୍ୟୁ ସହାୟତା, ପେନସନ ମିଳିଲାନି। କେତକ ଫର୍ମ ଉଈ ଲାଗି ଗଲାଣି। ଏହା ବିରୁଦ୍ଧରେ କମିସନର, ଜିଲ୍ଲାପାଳଙ୍କୁ ଅବଗତ କଲା ପରେ ଆଜି ନିର୍ମାଣ ଶ୍ରମିକ ସଂଘ ସମନ୍ୱୟ ସମିତି ଜିଲ୍ଲା ପାଳ ଅଫିସ ଘେରାଉ କରିଥିଲେ। ବିକ୍ଷୋଭରେ CITU ର ଶରତ କୁମାର ରାୟଗୁରୁ, ସ୍ମୃତି ରଞ୍ଜନ ଦାସ, ଭୀମ ସେନ ସ୍ୱାଇଁ, HMS ର ଜ୍ଞାନ ରଞ୍ଜନ ଦାସ, AICCTU ର ସତ୍ୟମନ୍ୟୁ ପ୍ରଧାନ, BMS ର କମଳ ନାରାୟଣ ରଥ, TUCC ର ମିଟୁ ମହାପାତ୍ର, ATU ର ମହେଶ୍ୱର ମହାରଣା, ବିପିନ ରାଉତ, ସୁଦର୍ଶନ ପ୍ରଧାନ, ତନୁ ଲତା ଛାଟୋଇ, ବିପିନ ନାୟକ, ସୁଶାନ୍ତ ପରିଡା, ଅକ୍ଷୟ କାଣ୍ଡି, ସୁଧାଂଶୁ ସେନାପତି, ପ୍ରମୁଖ ଦୁର୍ନୀତି ଗ୍ରସ୍ତ ୱେଲଫାୟାରଙ୍କ ବଦଳି ଓ ତଦନ୍ତ, କାର୍ଡ କରି ରିଜସମ୍ପସନ୍ କାଟିବା, କୋଭିଡ୍ ସହାୟତା ବ୍ୟାଙ୍କ ମାଧ୍ୟମରେ ଦେବା, ପେନସନ ମାସିକ ୩୦୦୦ଟଙ୍କା, ଦୁରା ରୋଗ୍ୟ ଓ ଦୁର୍ଘଟଣା ସହାୟତା, କୋଶଳ ବିକାଶରେ ତାଲିମ ପ୍ରାପ୍ତ ଶ୍ରମିକଙ୍କୁ ସହାୟତା, ସହ ଛାତ୍ର ବୃତ୍ତି, ବିବାହ, ମୃତ୍ୟୁ, ଗୃହ ନିର୍ମାଣ, ସାଇକେଲ, ନିରାପତ୍ତା ସାମଗ୍ରୀ ପାଇଁ ସହାୟତା ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ମନରଞ୍ଜନ ମହାରଣା, ରବି ପ୍ରଧାନ, ରବୀନ୍ଦ୍ର ସ୍ୱାଇଁ, ଉମେଶ ଜେନା ପ୍ରମୁଖ ବିକ୍ଷୋଭକୁ ପରିଚାଳନା କରିଥିଲେ।