Odiapua.com

ନିର୍ମାଣ ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ

ନୟାଗଡ଼, ୩ା୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜିଲ୍ଲା ସଭାପତି ସତ୍ୟବ୍ରତ ନାୟକଙ୍କ ନେତୃତ୍ୱରେ ନିର୍ମାଣ ଶ୍ରମିକଙ୍କ ଏକ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି। ନିର୍ମାଣ ଶ୍ରମିକମାନଙ୍କ ପ୍ରତି ଅବିଚାର ଏବଂ ସେମାନଙ୍କ ପ୍ରତି ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ଅଂଚଳରୁ ନିର୍ମାଣ ଶ୍ରମିକମାନେ ଆସିଥିଲାବେଳେ ୧୧ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ଶ୍ରମି ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିଲା।