Odiapua.com

ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା

ଦେବଗଡ,୩୦-୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଲକଡାଉନ ସମୟରେ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ପରିପ୍ରେକ୍ଷୀରେ ଜିଲ୍ଲା ଶ୍ରମ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ଜିଲ୍ଲାରେ ପଞିକୃତ ହୋଇଥିବା ୩୪, ୯୨୮ ଜଣ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ଅପ୍ରେଲ ୨୮ ତାରିଖ ସୁଦ୍ଧା ୨୬୩୯୦ଜଣ ନିର୍ମାଣ ଶ୍ରମିକଙ୍କୁ ଟ.୩, ୯୫, ୮୫, ୦୦୦/-ଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ସୂଚନାନୁସାରେ ରିଆମାଳ ବ୍ଲକରେ ୭୭୬୭, ତିଲେଇବଣି ବ୍ଲକରେ ୫୬୦୦, ବାରକୋଟ ବ୍ଲକରେ ୧୧, ୪୪୩ ଏବଂ ଦେବଗଡ ପୈାରାଂଚଳରେ ଏହି ସମୟ ସୁଦ୍ଧା ୧୫୮୦ଜଣ ନିର୍ମାଣ ଶ୍ରମିକଙ୍କ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାଯାଇଛି।