Odiapua.com

ନିର୍ମାଣାଧିନ ରାସ୍ତା ଉପରୁ ବିଦ୍ୟୁତ୍ ଖୁଂଟ ସ୍ଥାନାନ୍ତର ନକରି ଚାଲିଛି କାର୍ଯ୍ୟ

??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଂଚାୟତ ଅଧିନ ନିଳୋକ ଠାରୁ ପଡିଆପଡା ଭାୟା ଘରପଦା ୫ କିମି ଦୈର୍ଘ୍ୟ ବିଶିଷ୍ଟ ରାସ୍ତାରେ ନିଳୋକ ଗ୍ରାମ ମଧ୍ୟରେ ରାସ୍ତା କାର୍ଯ୍ୟ ଚାଲିଥିବା ବେଳେ ନିଳୋକ ମଝି ସାହି ରାସ୍ତା ଉପରେ ପୂର୍ବରୁ ଥିବା ବିଦ୍ୟୁତ୍ ଖୁଂଟକୁ ସ୍ଥାନାନ୍ତର କରା ନଯାଇ ରାସ୍ତା କାର୍ଯ୍ୟ ଚାଲିଥିବା ଦେଖାଯାଇଛି । ଫଳରେ ଉକ୍ତ ରାସ୍ତା ଉପରେ ବିଦ୍ୟୁତ୍ ଖୁଂଟ ରହିଲେ ଆଗକୁ ବହୁ ଦୁର୍ଘଟଣା ଘଟିବାର ଆଶଙ୍କା ପ୍ରକାଶ ପାଇଛି । ପ୍ରକାଶ ଯେ, ଗତ କିଛି ମାସ ହେବ ବନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିଳୋକ ଠାରୁ ପଡିଆପଡା ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ରାସ୍ତାର ନିଳୋକ ମଝି ସାହି ଠାରେ ରାସ୍ତା ଉପରେ ଦୁଇଟି ବିଦ୍ୟୁତ୍ ଖୁଂଟ ରହିଥିବା ବେଳେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏହି ଖୁଂଟକୁ ରାସ୍ତା ବାହାରକୁ ସ୍ଥାନାନ୍ତର କରାଯାଇନାହିଁ । ଏପରିସ୍ଥଳେ ସଂପୃକ୍ତ ଠିକାଦାର ରାସ୍ତା ମଝିରେ ବିଦ୍ୟୁତ୍ ଖୁଂଟ ଥିବା ସତ୍ୱେ ରାସ୍ତା କାର୍ଯ୍ୟ ଜାରି ରଖିଛନ୍ତି । ଏନେଇ ଗ୍ରାମବାସୀ ମାନେ ସଂପୃକ୍ତ ଠିକାଦାର ସମେତ ବିଭାଗୀୟ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ରାସ୍ତା ମଝିରେ ବିଦ୍ୟୁତ୍ ଖୁଂଟ ରହିଲେ ଆଗକୁ ବହୁ ଦୁର୍ଘଟଣା ମାନ ଘଟିବ ବୋଲି ଗ୍ରାମବାସୀ ମାନେ କହିଛନ୍ତି । ଏହି ରାସ୍ତା ଦେଇ ବିଭିନ୍ନ ଯାନବାହାନ ଚଳାଚଳ କରୁଥିବା ବେଳେ ବହୁ ସମୟରେ ଆମ୍ବୁଲାନ୍ସ, ଦମକଳ ଗାଡି ଯାତାୟତ କରୁଛି । ତେବେ ଗ୍ରାମ୍ୟ ଉନ୍ନୟନ ଓ ବିଦ୍ୟୁତ୍ ବିଭାଗର ମିଳିତ ଉଦ୍ୟମରେ ଉକ୍ତ ବିଦ୍ୟୁତ୍ ଖୁଂଟ ସ୍ଥାନାନ୍ତର କାର୍ଯ୍ୟ ହେବାକୁ ଥିବା ବେଳେ ଉଭୟ ବିଭାଗ ସେଥିପ୍ରତି ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ଉକ୍ତ ରାସ୍ତା କାର୍ଯ୍ୟକୁ ବନ୍ଦ କରାଯାଇ ପ୍ରଥମେ ଖୁଂଟି ଗୁଡିକୁ ରାସ୍ତା ସୀମା ବାହାରେ ପୋତିବାର ବନ୍ଦୋବସ୍ତ କରି ପରେ ରାସ୍ତା ନିର୍ମାଣ କାର୍ଯ୍ୟ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ନହେଲେ ଗ୍ରାମବାସୀ ମାନେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଗ୍ରାମର ସୁରଜ କୁମାର ମହାନ୍ତି, ସନ୍ତୋଷ କୁମାର ମିଶ୍ର, ହରେକୃଷ୍ଣ ଦାଶ, ପ୍ରଶାନ୍ତ ଦାଶ, ଅଭିମନ୍ୟୁ ଦାଶ, ଜୟଦେବ ମିଶ୍ର, ନନ୍ଦ କିଶୋର ସାହୁଙ୍କ ସମେତ ବହୁ ଗ୍ରାମବାସୀ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଓ ବିଦ୍ୟୁତ୍ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି ।