Odiapua.com

ନିର୍ମାଣାଧିନ ମଲ୍ଳିମାହାରା ଏସ୍‌କେପ୍‌କୁ ବିଧାୟକଙ୍କ ପରିଦର୍ଶନ

ଭଦ୍ରକ, ୧୯ା୬ (ଓଡ଼ିଆପୁଅ / ସ୍ନିଗ୍ଧା ରାୟ) – ଧାମନଗର ଏକ ବନ୍ୟା ପ୍ଲାବିତ ଅଂଚଳ । ସାମାନ୍ୟ ବର୍ଷାହେଲେ ବ୍ଲକର ପ୍ରାୟ ୨୬ଟି ପଂଚାୟତ ଜଳମଗ୍ନ ହୋଇଯାଏ ଏବଂ ବ୍ୟାପକ ଧନଜୀବନ ମଧ୍ୟ ନଷ୍ଟ ହୋଇଥାଏ । ଧାମନଗର ଅଂଚଳରେ ବନ୍ୟାର ମୁଖ୍ୟକାରଣ ୫ଟି ଏସ୍‌କେପ୍ ବା ସରକାରୀ ଘାଇ । ଏହା ଦ୍ୱାରା ସାମାନ୍ୟ ବର୍ଷାରେ ଏପରି ବନ୍ୟାବିପତ୍ତି ସୃଷ୍ଟି ହେଉଥାଏ । ଗେଙ୍ଗୁଟିନଦୀର କନକେଇ, ମଠମାହାରା, ଗାଇଛନ୍ଦା ଏବଂ ବୈତରଣୀ ନଦୀର ମଲ୍ଲିମାହାରା ଓ ଗୌରାଙ୍ଗପୁର ଏହି ୫ଟି ଏସ୍‌କେପ୍ ଦ୍ୱାରା ବନ୍ୟା ଜଳ ବାହାରି ବ୍ଲକର ବିଭିନ୍ନ ପଂଚାୟତର ଚାଷଜମି ଓ ରାସ୍ତାଘାଟ ଜଳମଗ୍ନ ହୋଇଯାଇଥାଏ । ବୈତରଣୀ ନଦୀର ମଲ୍ଳିମାହାରା ଓ ଗୌରଙ୍ଗପୁର ଏସ୍‌କେପ୍ ବନ୍ୟାଜଳରେ ଫଥର ଗୁଡ଼ିକ ଭାସିଜାଇଥିବାରୁ ତା’ର ପୁର୍ଣ୍ଣ ମରାମତି ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଏହି ଦୁଇଟି ଏସ୍‌କେପ୍ ଗୁଡ଼ିକୁ ପ୍ରାୟ ୬୦ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । ପ୍ରଥମେ ମଲ୍ଳିମାହାରା ଏସ୍‌କେପ୍‌ର ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ଧାମନଗର ବିଧାୟକ ବିଷ୍ଣୁ ସେଠୀ ଉକ୍ତ କାର୍ଯ୍ୟ ପରିଦର୍ଶନ କରିବାକୁ ଯାଇ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ବର୍ଷାର ପ୍ରତିକୂଳ ପାଗଯୋଗୁ କାର୍ଯ୍ୟ ଅଗ୍ରଗତି ହୋଇପାରୁନାହିଁ । କିଛିକାର୍ଯ୍ୟ ଆରମ୍ଭ ପରେ ତା’ର ମାନ ଠିକ୍ ହେଉଛିକିନାହିଁ ଜଣାପଡ଼ିବ ଏହି କାର୍ଯ୍ୟ ତଦାରଖ ପାଇଁ ମଧ୍ୟ ବିଜେପିର କର୍ମୀମାନେ ଉପସ୍ତିତ ରହି କାର୍ଯ୍ୟଦେଖିବେ । ତେବେ ଯୁଦ୍ଧ୍ୟକାଳିନ ଭିତ୍ତିରେ କାର୍ଯ୍ୟ ଶେଷ କରିବାପାଇଁ ବିଧାୟକ ଶ୍ରୀ ସେଠୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏସ୍‌କେପ୍‌ର ଚଟାଣଗୁଡ଼ିକ ଓ ୱାଲକୁ ଏକଫୁଟ ଲେଖାଏଁ ଉଚ୍ଚତା କରିବା ସହିତ ଏସ୍‌କେପ୍ ସମ୍ମୁଖରେ ଜଙ୍ଗଲ ସୃଷ୍ଟି କରିବା ସହିତ ଟିଆରଆର ବନ୍ଧ ନିର୍ମାଣ କଲେ ଛୋଟ ଛୋଟ ବନ୍ୟାରେ ଅଂଚଳକୁ ବନ୍ୟାଜଳ ପ୍ରବେଶ କରିପାରିବ ନାହିଁ ତେବେ କରୋନା କଟକଣା ଉଠିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଧାମନଗର ବନ୍ୟାର ସ୍ଥାୟୀ ପ୍ରତିକାର କରିବାପାଇଁ ବିଧାୟକ ଶ୍ରୀ ସେଠୀ ମଧ୍ୟ କହିଥିଲେ । ବିଧାୟକଙ୍କ ପରିଦର୍ଶନ ସମୟରେ ସରପଂଚ ପ୍ରମୋଦ କୁମାର ସୁତାର, ବିଜେପିନେତା ଲକ୍ଷ୍ମୀଧର ପାଣିଗ୍ରାହୀ, ବିରେନ୍ଦ୍ର ଜେନା, ରମେଶଚନ୍ଦ୍ର ପତି, କୂଳମଣୀ ସତପଥି, ଅରବିନ୍ଦ ପତି, ଚର୍ତୁଭୁଜ ନାୟକ, ଅରୁଣ ଦାସ, ବିଶ୍ୱନାଥ ଦାସ, ରମାକାନ୍ତ ସାହୁ, ଖଗେଶ୍ୱର ପୃଷ୍ଟି ପ୍ରମୁଖ ଉପସ୍ତିତ ଥିଲେ ।