Odiapua.com

ନିର୍ମାଣର ମାସେ ନ ଯାଉଣୁ କଲଭର୍ଟ ଭାଙ୍ଗିଲା, ଯାତାୟତ ରେ ବାଧା

ମାଲକାନଗିରି,୧୧ା୧୦(ଓଡିଆ ପୁଅ ) ମାଲକାନଗିରି ସହର ଉପକଠଂରେ ଥିବା ପୁରୁଣା ଚେକଗେଟ ନିକଟ ମୁଖ୍ୟରାସ୍ତା କଡରେ ଥିବା ଜୟପୁରିଆଗୁଡା ଠାରୁ ଆର୍ଶିବାଦ କଲୋନି କୁ ସଂଯୋଗ କରୁଥିବା ରାସ୍ତାରେ ଗତ ମାସକତଳେ ପୌରପରିଷଦ ପକ୍ଷରୁ ଏକ କଲଭର୍ଟ ନିର୍ମାଣ କରାଯାଇଥିଲା । ଏହି କଲଭର୍ଟ ନିର୍ମାଣରେ ନିମ୍ମମାନର କାମ ହୋଇଥିବାରୁ ତାହା ମାସେ ନ ପୁରଣୁ ଭାଙ୍ଗିଯାଇଛି ।ଏହି କଲଭର୍ଟ ଦୁଇପାଶ୍ୱର୍ରେ ଥିବା ଅପ୍ରୋଚ ରୋଡ ଗୁଡିକରେ ଆଠୁଂଏ ଲେଖା ଖାଲ ହୋଇ ପାଣିକାଦୁଅ ହୋଇଥିବାରୁ ଜୟପୁରିୟାଗୁଡା,ଆର୍ସିବାଦ କଲୋନି, ପାଖନାଗୁଡା,ଚେକଗେଟ କଲୋନି ର ଗ୍ରାମବାସୀଙ୍କ ଯାତାୟତରେ ଘୋରବାଧାସୃଷ୍ଟି ହେଉଥିବାରୁ ଗ୍ରାମବାସୀ ମାନେ ପୌରପରିଷଦ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ମରାମତ ହୋଇନଥିବାରୁ ଏହି କଲଭର୍ଟ ନିକଟରେ ଅନେକ ଥର ଦୁର୍ଘଟଣା ହୋଇ କିଛି ଲୋକ ଆହତ ହୋଇଥିବା ବେଳେ ଗାଇ ଗୋରୁମଧ୍ୟ ଖାଲରେ ପଡିଆହତ ହୋଇଥିବାର ଜଣାପଡିଛି । ତୁରନ୍ତ ଜୟପୁରିୟାଗୁଡା ମୁଖ୍ୟରାସ୍ତାର କଲଭର୍ଟଟିକୁ ମରାମତା କରାନଗଲେ ଆଗିମି ଦିନରେ ଏହି ସବୁ ଗ୍ରାମବାସୀ ମାନେ ଆନ୍ଦୋଳନ ର ପନ୍ଥାଅବଲମ୍ବନ କରିବେ ବୋଲି ଜୟପୁରୀୟା ଗୁଡା ଗ୍ରାମର ଗୋପିପଟନାୟକ ଜଣାଇଛନ୍ତି ।