Odiapua.com

ନିର୍ଭୟା ଗ୍ୟାଙ୍ଗରେପ ଏବଂ ହତ୍ୟା ମାମଲାରେ ଦୋଷୀମାନଙ୍କୁ ନୋଟିସ୍ ଜାରୀ କଲା ତିହାଡ଼ ଜେଲ ପ୍ରଶାସନ

ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ତିହାଡ଼ ଜେଲ ପ୍ରଶାସନ ବୁଧବାରଦିନ ନିର୍ଭୟା ଗ୍ୟାଙ୍ଗରେପ ଏବଂ ହତ୍ୟା ମାମଲାରେ ଦୋଷୀମାନଙ୍କୁ ସାତ ଦିନ ଭୀତରେ ଦୟା ଯାଚିକା ଦାୟର କରିବା ପାଇଁ ନୋଟିସ ଜାରୀ କରିଛନ୍ତି। ମହାନିର୍ଦ୍ଦେଶକ (ଜେଲ) ସନ୍ଦୀପ ଗୋୟଲ ଗଣମାଧ୍ୟମକୁ ଏହା ପ୍ରକାଶ କରିଛନ୍ତି।

ଯଦି ସେମାନେ ନିର୍ଦ୍ଧାରିତ ସମୟରେ ଯାଚିକା ଦାୟର କରିବେ ନାହିଁ, ତେବେ ଜେଲ ପ୍ରଶାସନ ଆଗକୁ ସମ୍ବନ୍ଧିତ ନ୍ୟାୟାଳୟର ଦ୍ୱାରସ୍ଥ ହେବ।