Odiapua.com

ନିର୍ଭୟା ଗଣଦୁଷ୍କର୍ମ ମାମଲା : ପାଶୀ ଦଣ୍ଡରୁ ବଞ୍ଚିବା ପାଇଁ ସୁପ୍ରୀମ କୋର୍ଟ ପହଁଚିଲା ଦୋଷୀ ମୁକେଶ କୁମାର, ରାଷ୍ଟ୍ରପତି ଖାରଜ କରିସାରିଛନ୍ତି ରାଜକ୍ଷମା

ନୂଆ ଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) ୨୦୧୨ ର ଦିଲ୍ଲୀ ଗ୍ୟାଙ୍ଗରେପ ମାମଲାରେ ଦୋଷୀ ମୁକେଶ କୁମାର ସିଂହର ଓକିଲ ବୃନ୍ଦା ଗ୍ରୋବର ସୁପ୍ରୀମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ମୁକେଶ ସିଂହ ରାଷ୍ଟ୍ରପତିଙ୍କ ଦେୱାରା ରାଜକ୍ଷମା ଖାରଜ ହେବା ପରେ ସୁପ୍ରୀମ କୋର୍ଟ ପହଁଚିଛି। ଏହା ପୂର୍ବରୁ ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟ ନିର୍ଭୟା ଦୁଇ ଦୋଷୀଙ୍କର ଯାଚିକାକୁ ଖାରଜ କରିଦେଇଛନ୍ତି। ଯେଉଁଥିରେ ଦୋଷୀମାନଙ୍କର ଓକିଲ ତିହାଡ଼ ଜେଲରେ ଦୟା ଯାଚିକା ଦାଖଲ କରିବା ପାଇଁ ଜରୁରୀ କାଗଜପତ୍ର ଦେବାକୁ କୋର୍ଟରେ ଦାବି କରିଛନ୍ତି। କୋର୍ଟ ଦୁଇଜଣ ପକ୍ଷକୁ ଶୁଣିବା ପରେ ଯାଚିକା ଖାରଜ କରିଦେଇଛନ୍ତି।