Odiapua.com

ନିର୍ବାଚିତ ପ୍ରତିନିିଧିଙ୍କୁ ଭଣ୍ଡାରିପୋଖରୀ ବିଡିଓଙ୍କ ଦୁର୍ବ୍ୟବହାର, ଜିଲ୍ଳାପାଳ ଓ ଏସ୍‌ପିଙ୍କୁ ଭେଟିଲେ ବିଜେପି ପ୍ରତିନିଧି ମଣ୍ଡଳୀ

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରସଦା ପଞ୍ଚାୟତର ନବନିର୍ବାଚିତ ୱାର୍ଡ ସଦସ୍ୟମାନେ ନିଜନିଜ ୱାର୍ଡ ଓ ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଲିଖିତ ଭାବେ ଭଣ୍ଡାରିପୋଖରୀ ବିଡିଓଙ୍କୁ ଅବଗତ କରାଇବା ପାଇଁ ଗତ ୨୮ ତାରିଖରେ ଯାଇଥିବା ବେଳେ ବିଡିଓ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଆଜି ଭଣ୍ଡାରିପୋଖରୀ ବିଜେପି ନେତା ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଳାପାଳ ଓ ଏସ୍‌ପିଙ୍କୁ ଭେଟି ଏହାର ତଦନ୍ତ ଓ ବିଡିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ପ୍ରକାଶ ଯେ ଗତ ୨୮ ତାରିଖ ସରସଦା ପଞ୍ଚାୟତର ବିଭିନ୍ନ଼ ୱାର୍ଡର ୱାର୍ଡ ସଭ୍ୟ ସୁବାସ ଚନ୍ଦ୍ର ଜେନା, ପୀତାମ୍ବର ଦାସ, ସୁଶାନ୍ତ ଜେନା, ବୀରେନ୍ଦ୍ର ଚାନ୍ଦ, ରଂଜିତ କୁମାର ଦଳେଇ ଓ ନାଏବ ସରପଞ୍ଚଙ୍କ ପ୍ରତନିିଧି ଜୀତେନ୍ଦ୍ର କୁମାର ନାୟକ ନିଜ ୱାର୍ଡ ସମେତ ପଞ୍ଚାୟତର ବିଭିନ୍ନ ସମସ୍ୟା ବିଡିଓଙ୍କୁ ଜଣାଇବା ପାଇଁ ଲିଖିତ ଅଭିଯୋଗପତ୍ର ନେଇ ବିଡିଓଙ୍କୁ ଭେଟିଥିଲେ।

ଅଭିଯୋଗପତ୍ର ପାଇବା ପରେ ବିଡିଓ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଶାସକ ଦଳର ହାତବାରିସୀ ସାଜି ଦୁର୍ବ୍ୟବହାର ସଦୃଶ ଜାତି ଉଠାଇ ଆକ୍ଷେପ କରିବା ସହ ଅଶାଳୀନ ଭାଷାରେ ରୁକ୍ଷ ସ୍ୱରରେ ଗାଳି ଦେଇଥିଲେ। ଏ ନେଇ ନିର୍ବାଚିତ ପ୍ରତିନିଧିମାନେ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁୁ କରିଛି, ମାତ୍ର କୌଣସି ପଦକ୍ଷେପ ଗ୍ରହଣ ନ କରିଥିବାରୁ ଆଜି ବିଜେପି ପ୍ରତିନିଧି ଦଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରୋ ଏବଂ ଏସପି ଚରଣ ସିଂ ମୀନାଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧି ମଣ୍ଡଳରେ ମଣ୍ଡଳ ସଭାପତି ଗିରିଶ ସାମଲ, ପୂର୍ବତନ ସରପଞ୍ଚଙ୍କ ପ୍ରତିନିିଧି ରାମଚନ୍ଦ୍ର ସେନାପତି, ଜୀତେନ୍ଦ୍ର କୁମାର ନାୟକ, ସୁଶାନ୍ତ ଜେନା, ଉମାକାନ୍ତ ପ୍ରଧାନ, ପଞ୍ଚାୟତ ସଭାପତି ନିରାକାର ସାହୁ, ରଂଜିତ କୁମାର ଦଳେଇ, ସୁବାସ ଜେନା, ପୀତାମ୍ବର ଦାସ ପ୍ରମୁଖ ଭେଟିବା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେଲେ ଆନ୍ଦୋଳନ କରିବାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।