Odiapua.com

ନିର୍ବାଚନ ୨୦୧୯: ବିଧାୟିକାଙ୍କୁ ଲୋକେ ଗୋଡେଇଲେ, ପୋଲିସ ଉଦ୍ଧାର କଲା ଆଶ୍ରୟ ନେଇଥିବା ଘରୁ

ଟିଟିଲାଗଡ଼ ୧୪-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ବିଧାୟିକା ଶ୍ରୀମତୀ ଟୁକୁନି ସାହୁ ଆଜି ବି ଜେ ଡ଼ି ଦଳୀୟ କର୍ମୀଙ୍କୁ ନେଇ ଭୋଟ ଦେବା ନିମନ୍ତେ ସ୍ଥାନୀୟ ହାଟପଦାର ଘର ଘର ବୁଲି ପ୍ରଚାର କରୁଥିବା ଆରମ୍ଭ ମାତ୍ରେ ସ୍ଥାନୀୟ ଲୋକମାନେ ବିରୋଧ କରି ଘଉଡାଇବା ଜଣାଯାଇଛି। ଏହି ବିଧାୟିକା ଗତ ବର୍ଷ ତାଙ୍କ ସ୍ୱାମୀ ଅଭିମନ୍ୟୁ ସାହୁଙ୍କୁ ହତ୍ୟା କରାଯିବା ନେଇ ତାଙ୍କ ସ୍ଵପ୍ନ ପୂରଣ କରିବା ନିମନ୍ତେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ଜୟ ଲାଭ କରିଥିଲେ। ହେଲେ କ୍ଷମତା ହାସଲ କରିବା ପରେ ସ୍ୱପ୍ନ ପୂରଣ ତ ଦୁର ବିଭିନ୍ନ ଅଭାଵ ଅସୁବିଧା ନେଇ କୌଣସି ପ୍ରକାର ପଦକ୍ଷେପ ନ ନେବା ନେଇ ତୀବ୍ର ଅସନ୍ତୋଷ ଦେଖାଦେଇ ଥିଲା। ଚଳିତ ବର୍ଷ ପୁନଃ ନିର୍ବାଚନ ପ୍ରଚାର ପାଇଁ ଆସି ହଟହଟା ହେବା ସାର ହୋଇଛି। ଉକ୍ତ ସାହିର ମହିଳା ମାନେ ମିଶି ଜିଲ୍ଲା ଦାବି ପୂରଣ କଣ ରାସ୍ତା, ଘାଟ ଅବସ୍ଥା ଦେଖ କହି ଗାଳିଗୁଲଜ ଓ ଆକ୍ରମଣ କରି ଘଉଡ଼ାଇ ଦେଇଥିଲେ। ବିଧାୟିକା ଓ ତାଙ୍କ ସମସ୍ତ କାର୍ଯ୍ୟକର୍ତ୍ତା ଫେରାର ହୋଇଯାଇଥିବା ବେଳେ ଏକ ଘରେ ପଶିଯାଇ ଲୁଚି ଆଶ୍ରୟ ନେଇଥିବା ବେଳେ ସ୍ଥାନୀୟ ପୋଲିସ ଉଦ୍ଧାର କରିବା ସୂଚନା ମିଳିଛି।