Odiapua.com

ନିର୍ବାଚନ ପୂର୍ବରୁ ଯୋଗୀ ସରକାରଙ୍କୁ ଏକ ବଡ ଝଟକା : ଇସ୍ତଫା ଦେଲେ କ୍ୟାବିନେଟ ମନ୍ତ୍ରୀ, ସମାଦବାଦୀ ପାର୍ଟିରେ ହେଲେ ସାମିଲ

ଭୁବନେଶ୍ୱର ୧୧-୧ (ଓଡ଼ିଆ ପୁଅ) ଉତ୍ତପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଧରଣର ଝଟକା। ଯୋଗୀ କ୍ୟାବିନେଟରେ ଶ୍ରମ ଓ ନିଯୁକ୍ତି ଏବଂ ସମନ୍ୱୟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଇସ୍ତଫା ଦେଇଛନ୍ତି। ତେବେ ସେ ସମାଜବାଦୀ ପାର୍ଟିରେ ସାମିଲ ହୋଇଛନ୍ତି।

ଶ୍ରୀଯୁକ୍ତ ମୌର୍ଯ୍ୟ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି। ଶ୍ରୀମୌର୍ଯ୍ୟ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତିଯେ, “ଆଦିତ୍ୟନାଥଙ୍କ କ୍ୟାବିନେଟରେ ଶ୍ରମ ଓ ନିଯୁକ୍ତି ଏବଂ ସମନ୍ୱୟ ମନ୍ତ୍ରୀ ଭାବରେ ପ୍ରତିକୂଳ ପରିସ୍ଥିତି ତଥା ଆଦର୍ଶରେ ଜୀବନ ବିତାଉଥିଲେ ମଧ୍ୟ ଦାୟିତ୍ତ୍ୱବାନ୍‌ ଭାବରେ ଅତି ନିଷ୍ଠାର ଭାବରେ କାର୍ଯ୍ୟ ସମ୍ପାଦନ କରୁଥିଲେ। କିନ୍ତୁ ଦଳିତ, ପଛୁଆ, କୃଷକ, ବେକାର ଯୁବକ ଏବଂ ଛୋଟ – କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀଙ୍କ ଚରମ ଅବହେଳା ମନୋଭାବ ହେତୁ ମୁଁ ଉତ୍ତରପ୍ରଦେଶର କ୍ୟାବିନେଟରୁ ଇସ୍ତଫା ଦେଇଛି।”

ସୂଚନାଯୋଗ୍ୟଯେ, ୟୁପି ସରକାରରେ ସେ ଜଣେ ମନ୍ତ୍ରୀ ହେବା ସହ ୫ ଥର ବିଧାୟକ ଏବଂ ପଛୁଆ ବର୍ଗର ବଡ ନେତା ଅଟନ୍ତି। ୮୦ ଦଶକରୁ ରାଜନୀତିରେ ରହିଆସିଛନ୍ତି ମୌର୍ଯ୍ୟ। ଏପରିକି ବିଏସପିର ରାଜ୍ୟ ସଭାପତି ମଧ୍ୟ ରହିଆସିଛନ୍ତି ୨୦୧୨ ରୁ ୨୦୧୬ ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ଥିଲେ ଏବଂ ୮ ଅଗଷ୍ଟ ୨୦୧୬ ରେ ବିଜେପିରେ ଯୋଗ ଦେଇଥିଲେ। ତାଙ୍କ ଝିଅ ସଙ୍ଘମିତ୍ରା ମୌର୍ଯ୍ୟ ଜଣେ ବିଜେପି ସାଂସଦ ଅଟନ୍ତି।