Odiapua.com

ନିର୍ବାଚନ ପୂର୍ବରୁ ମହିଳା ପୋଲିଂ ସୁପରଭାଇଜରଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ

କନ୍ଧମାଳ ୧୭-୪ (ଓଡ଼ିଆ ପୁଅ) କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ବାର୍ଲା ଗାଁ ନିକଟରେ ମାଓବାଦୀ ମାନେ ପୋଲିଂ ସୁପରଭାଇଜର ସଂଯୁକ୍ତା ଦିଗଲଙ୍କୁ ଗୁଳି କରି ହତ୍ୟା କରିଥିବା ଖବର ମିଳିଛି। ଖବର ଅନୁଯାୟୀ ସୁପରଭାଇଜର ସଂଯୁକ୍ତା କର୍ମଚାରୀମାନଙ୍କୁ ନେଇ ପୋଲିଂ ବୁଥକୁ ଯାଉଥିବାବେଳେ ଏହି ଘଟଣା ଘଟିଛି। ଆଜି ସକାଳେ ମଧ୍ୟ ଏହି ଜିଲ୍ଲାରେ ଏକ ପୋଲିଂ ପାର୍ଟିର ଗାଡିପୋଡ଼ି ଦେଇଥିଲେ ମାଓବାଦୀ। ସଂଯୁକ୍ତା ଦିଗଲଙ୍କ ସମେତ ୪ ଜଣ ଲୋକ ଏକ ଗାଡ଼ିରେ ଜଙ୍ଗଲୀ ରାସ୍ତାରେ ଯାଉଥିଲେ। ହଠାତ ଗାଡ଼ି ସାମ୍ନାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଚାଳକ ଗାଡ଼ିକୁ ପଛକୁ ଆଣିବା ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ଲୁଚି ରହିଥିବା ନକ୍ସଲମାନେ ଗୁଳି ବର୍ଷା କରିଥିଲେ। ଫଳରେ ସଂଯୁକ୍ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଅନ୍ୟ ୩ କର୍ମଚାରୀ ଗାଡ଼ି ସହ ପଳାଇ ଆସିଥିଲେ।