Odiapua.com

ନିର୍ବାଚନ ପୂର୍ବରୁ ମଦ ବଣ୍ଟା: ବିଜେପି ଟୋପି ପିନ୍ଧି ମଦ ବାଣ୍ଟୁଛନ୍ତି କାର୍ଯ୍ୟକର୍ତ୍ତା, କଂଗ୍ରେସ କହିଲା – ପେନ୍‌ କିଲର ବାଣ୍ଟୁଛନ୍ତି ମୋଦୀ?

ନୂଆ ଦିଲ୍ଲୀ ୨୦-୧୨ (ଓଡ଼ିଆ ପୁଅ) ୨୦୨୨ ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ଜଣେ ବ୍ୟକ୍ତି ବିଜେପି ଟୋପି ଏବଂ ଗାମୁଛା ପିନ୍ଧି ମଦ ବାଣ୍ଟୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କଂଗ୍ରେସ ମଧ୍ୟ ଏହି ଭିଡିଓ ସେୟାର କରି ପଚାରିଛି ମୋଦୀ ଜୀ କ’ଣ ପେନ୍‌ କିଲର ବାଣ୍ଟଛନ୍ତି ?

ଏହି ଭିଡିଓକୁ ଟ୍ୱିଟର ହ୍ୟାଣ୍ଡେଲ ସହ ସେୟାର କରି କଂଗ୍ରେସ ମଧ୍ୟ ବିଜେପିର ଏକ ଜବାବ ଦେଇଛି। ଭିଡିଓ ସେୟାର କରିବାବେଳେ ୟୁପି କଂଗ୍ରେସ ଲେଖିଛି ‘ଦାରୁ + ୟୁପି + ଯୋଗୀ = ଦୁରୁପଯୋଗୀ, ସବୁ ଠିକ!

ୟୁପି କଂଗ୍ରେସର ଟ୍ୱିଟର ହ୍ୟାଣ୍ଡେଲରେ ସେୟାର ହୋଇଥିବା ଏହି ଭିଡିଓରେ ଲୋକମାନେ ମଧ୍ୟ ହସୁଛନ୍ତି। ପ୍ରାୟ ଏକ ଘଣ୍ଟା ମଧ୍ୟରେ ହଜାର ହଜାର ଲୋକ ଏହି ଭିଡିଓ ଦେଖିସାରିଲେଣି। ଏହି ଭିଡିଓ ଇଣ୍ଟରନେଟରେ ଭୟଙ୍କର ବାବରେ ଭାଇରାଲ ହୋଇଛି କିନ୍ତୁ ଏପର୍ଯ୍ୟନ୍ତ ବିଜେପି କିମ୍ବା ଦଳର ନେତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

ସୂଚନାଯୋଗ୍ୟଯେ, ନିକଟରେ ୟୁପିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁପି + ଯୋଗୀ ଯୋଗ କରି ଏକ ଉପଯୋଗୀ ଶବ୍ଦ କହିଥିଲେ। ସେବେଠାରୁ ଏସପି ସଭାପତି ଅଖିଳେଶ ଯାଦବ ବିଜେପିକୁ ଘେରି ଏହାର ପ୍ରତ୍ୟୁତ୍ତରରେ ଅନୁପଯୋଗୀ ବୋଲି କହିଥିଲେ।

ବର୍ତ୍ତମାନ କଂଗ୍ରେସ ଏହାର ଦୁରୁପଯୋଗୀ କହିଛି।