Odiapua.com

ନିର୍ବାଚନ କାର୍ଯ୍ୟ ପାଇଁ ୧୪ଟି ବୋଲେରୋ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟ ପରିଚାଳନା ପାଇଁ ଗମନାଗମନ ଓ ପରିବହନ ସକାଶେ ଜିଲ୍ଲା ପ୍ରଶାସନ ଦ୍ୱାରା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଜରିଆରେ ବିଭିନ୍ନ ପ୍ରକାର ଯାନ ବାହନକୁ ଆବଶ୍ୟକ ମତେ ନିୟୋଜିତ କରାଯିବା ନେଇ ଆଦେଶ କରାଯାଇଥିଲା। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସତ୍ତ୍ୱେ ୧୪ଟି ବୋଲେରୋ ଗାଡ଼ି ଅଦ୍ୟାବଧି ରିପୋର୍ଟ କରି ନଥିବାର ଜଣାଯାଇଛି। ରିକ୍ୟୁଜିସନ କରାଯାଇଥିବା ଏହି ଗାଡ଼ି ଗୁଡ଼ିକ ନିର୍ଦ୍ଧାରିତ ତାରିଖ ଓ ସମୟ ମଧ୍ୟରେ ଆସି ନଥିବା କାରଣ ନେଇ ୨ ଦିନ ମଧ୍ୟରେ ଲିଖିତ ଭାବେ ଜଣାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ନଚେତ୍ ସମ୍ପୃକ୍ତ ଆଇନ୍ ଅବମାନନା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇ ଦିଆଯାଇଛି। ଆର.ଟି.ଓ.ଙ୍କ ସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ କାରଣ ଦର୍ଶାଅ ଜାରି କରାଯାଇଥିବା ବୋଲେରୋ ଗାଡ଼ି ଗୁଡ଼ିକର ନମ୍ବର ହେଲା ଓଡ଼ି୨୨-୭୬୧. ଓଡ଼ି୦୫ଏଭି-୯୭୮୫, ଓଡ଼ି୦୪୮-୮୩୭୦, ଓଡ଼ି୦୨କ୍ୟୁ-୦୦୨୧, ଓଡ଼ି୨୨କେ-୨୦୮୯, ଓଡ଼ି୦୫ଜି-୪୫୫୨, ଓଡ଼ି୨୨ଏମ୍‌-୩୬୯୫, ଓଡ଼ି୦୧ଡବ୍ଲ୍ୟୁ-୦୮୦୬, ଓଆର୦୨ବିଏନ୍‌-୩୧୭୫, ଓଆର୨୨ଏଫ୍‌-୦୮୭୭, ଓଡି୦୧୭-୯୨୭୬, ଓଡ଼ି୨୨ଟି-୪୫୬୦, ଓଡ଼ି୦୫ଡି-୪୧୩୧ ଓ ଓଡି୨୨ଜି-୬୦୧୨।