Odiapua.com

ନିର୍ବାଚନରେ ଆଚାରଣ ବିଧି ଉଲ୍ଲଂଘନ ଅଭିିଯୋଗ

ବାଲେଶ୍ୱର, ୩୧ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ସଦର ଉପ-ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଉଥିବା ନେଇ ବାରମ୍ବାର ଅଭିଯୋଗ କରିଆସୁଛି ବିଜେପି। ପ୍ରଶାସନ ପକ୍ଷରୁ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଶାସକ ଦଳ ବିଜେଡି ଆଚରଣବିଧି ଉଲ୍ଲଂଘନ କରି ଚାଲିଛି ବୋଲି ବିଜେପି କର୍ମକର୍ତ୍ତାମାନେ ଆରୋପ ଉଠାଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସମ୍ପାଦକ ମୁରଲୀ ମନୋହର ଶର୍ମା ଓ ବରିଷ୍ଠ ଆଇନଜୀବୀ ବିଜୟ ପାଣିଗ୍ରାହୀ ରିଟର୍ଣ୍ଣିଂ ଅଫିସର ବାଲେଶ୍ୱର ଉପ-ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିନା ଅନୁମତିରେ ଏକାଧିକ ଗାଡ଼ି ବ୍ୟବହାର, ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରାସ୍ତା ନିର୍ମାଣ, ବିଦ୍ୟୁତ୍ ଟ୍ରାନ୍ସଫର୍ମାର ସ୍ଥାପନ, ପାଣି ପାଇପ ସଂଯୋଗ ଆଦି ବିଜେଡି ପକ୍ଷରୁ ହୋଇଥିବା ଏକାଧିକ ଆଚରଣ ବିଧି ଉଲ୍ଲଂଘନ କାର୍ଯ୍ୟ ସମ୍ପର୍କରେ ସେମାନେ ଉପ-ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ତୁରନ୍ତ ଏ ବାବଦରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଏକ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି।